oom

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଗୀତ କୁଡ଼ିଆଣୀ ବେଲଦେଇ’ ଲୋକାର୍ପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ବିଶ୍ୱ ପୁସ୍ତକ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସାରସ୍ୱତ ସାଧକ ତଥା ଓଡିଶାର ଜଣାଶୁଣା ଲେଖକ ଫକୀର ଚରଣ ପାଢ଼ୀଙ୍କ ରଚିତ ଜୀବନୀ ପୁସ୍ତକ ‘ଗୀତ କୁଡ଼ିଆଣୀ ବେଲଦେଇ’ ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଅଛି । ଆଦିବାସୀ ଲୋକସଂଗୀତରେ ବେଲଦେଇ ନବରଙ୍ଗପୁର ଜିଲ୍ଲା ପାଇଁ ବହୁ ଯଶ ଖ୍ୟାତି ଆଣିଥିଲେ । ଲେଖକ ଶ୍ରୀ ପାଢ଼ୀ ତାଙ୍କ ନବରଙ୍ଗପୁର ଜିଲ୍ଲା ରହଣି ସମୟରେ ବେଲଦେଇଙ୍କ ଜୀବନୀକୁ ପୁସ୍ତକ ଆକାରରେ ପ୍ରସାର କରି ଓଡ଼ିଶାର ଜନମାନସରେ ପହଞ୍ଚାଇ ପାରିଥିବାରୁ ସେ ଧନ୍ୟବାଦର ପାତ୍ର । ନଚେତ ବଣମଲ୍ଲୀ ବଣରେ ରହିଯାଇଥାନ୍ତା । ସମ୍ମାନିତ ଅତିଥି ଭାବେ ଶିଶୁସାହିତ୍ୟିକ ଆଇନଜୀବୀ ହୃଷୀକେଶ ପାଢ଼ୀ ଓ ଦେବୀପ୍ରସାଦ ଦଳାଇ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.