ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳାଠାରେ ଗତକାଲି ରାତି ତୃତୀୟ ଦେଶଫାଲ୍ ଲୋକକଳା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ପର୍ବରେ ଶିକ୍ଷାବିଦ୍ ଡଃ ପ୍ରଫୁଲ୍ଲ ରଥ, ଡଃ କେଦାରନାଥ ମିଶ୍ର, ଡଃ ରାମେଶ୍ବର ନାଏକ ଓ ଐତିହାସିକ ସୁଦାମ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରାଚୀନ ଦେଶଫାଲ୍ କୁହାଯାଉଥିବା ବୀରମହାରାଜପୁର-ଉଲୁଣ୍ଡା ଅଂଚଳର କଳା, ସଂସ୍କୃତି, ସାହିତ୍ୟ ଓ ଇତିହାସ ଉପରେ ଆଲୋକପାତ କରିଥିଲେ । ପରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରଙ୍କ ଦ୍ଵାରା ଓଡିଶୀ ସହ ଲୋକକଳା ପ୍ରଦର୍ଶନ କ୍ରମରେ ଆଦିବାସୀ ନୃତ୍ୟ, ସଂଚାର ନୃତ୍ୟ ଏବଂ ଷୋହଳ ସୁଆଂଗ ଦଣ୍ଡନୃତ୍ୟ ପରିବେଷିତ ହୋଇଥିଲା । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ଦେଶଫାଲ୍ ଲୋକକଳା ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫ ଶହରୁ ଅଧିକ କଳାକାର ଅଂଶଗ୍ରହଣ କରିବାକୁ ଥିବା ବେଳେ ପ୍ରଥମ ଦିନରେ ଅଂଚଳର ସଂସ୍କୃତି ଓ ଅସ୍ମୀତାକୁ ନେଇ ପ୍ରକାଶିତ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି ।
Prev Post
Next Post