ମୁରିବାହାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ହକି, ଫୁଟବଲ, ଭଲିବଲ୍, ଖୋଖୋ, କବାଡି ଓ କ୍ରିକେଟ ଖେଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରୀଡା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟାକ୍ଷା ଯାଜ୍ଞସେନୀ ହାତୀ, ସଦର ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ପତ୍ରାପାଲି(କ) ସମିତି ସଭ୍ୟ ସନ୍ୟାସୀ ପୁଟେଲ, ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ବ୍ଲକ ପିଏ ଆଦିତ୍ୟ ପ୍ରସାଦ ହୋତା, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ବ୍ଲକ କ୍ରୀଡା ସମ୍ପାଦକ କୁବେରଲାଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଆଜି କ୍ରିକେଟ ଖେଳ ମୁରିବାହାଲ ସହ ଘଣ୍ଟବାହାଲ, ବନବାହାଲ ଓ ଲଖନା ଖେଳ ପଡିଆରେ ଆରମ୍ଭ ହୋଇଥିଲା । ମୋଟ ୨୪ଟି ଦଳରୁ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜି କ୍ରିକେଟର ପ୍ରଥମ ଉଦଘାଟନୀ ମ୍ୟାଚ ବାଙ୍କେଲ ଓ ଗୋଇମୁଣ୍ଡ ପଞ୍ଚାୟତ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଙ୍କେଲ ଦଳ ବିଜୟୀ ହୋଇଥିଲା ।ମ୍ୟାଚ୍ ପରିଚାଳନା ପୁନିତ ବଗର୍ତ୍ତି ଓ ଦେବରାଜ ଗହୀର କରିଥିଲେ । କୁର୍ଲୁବାହାଲ ହାଇସ୍କୁଲ କ୍ରିଡ଼ା ଶିକ୍ଷକ ବିନୋଦ ମହାପାତ୍ର ସଭା ସଂଯୋଜନା କରିଥିବା ବେଳେ ବ୍ଲକ ବିପିଏମ ଡ ଗୋପାଳକୃଷ୍ଣ ଦୀପ ଧନ୍ୟବାଦ ଦେଇଥିଲେ । ଏଥିରେ ସମସ୍ତ ଖେଳ ଶିକ୍ଷକଙ୍କ ସହ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀ ସହଯୋଗ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!