କୋଶଳ ପ୍ରବାହର ପ୍ରଭାବ : ପଟାମରା ଗାଁରେ ଲାଗିଲା ବିଦ୍ୟୁତ ଟ୍ରାନ୍ସଫର୍ମର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ଅଧିନସ୍ଥ ପଟାମରା ଗ୍ରାମରେ ଦୀର୍ଘ ୬ମାସ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ପଟାମରା ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଥିିଲେ । ଏନେଇ କୋଶଳ ପ୍ରବାହରେ ପ୍ରକାଶ ହେବା ସହ ଏକ ଦାବୀପତ୍ର ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ପ୍ରଦାନ ମଧ୍ୟ କରାଯାଇଥିଲା । ତେବେ ଉକ୍ତ ଗ୍ରାମରେ ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ଲଗାଯାଇ ଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ କୋଶଳ ପ୍ରବାହକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.