om academy

ଅଏଁଲାସାରି ଗ୍ରାମରେ ଭୀମ ଆର୍ମି ତରଫରୁ ଖାଦ୍ୟ ସାମଗ୍ରୀ ବଂଟନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମ ଆର୍ମି ଖଲିଆପାଲି ଗ୍ରାମ ପଞ୍ଚାୟତ ତରଫରୁ ପୁଇଁନ୍ତଲା ବ୍ଲକ୍‌ ଅଧୀନସ୍ଥ ବହଲପଦର ଗ୍ରା.ପ.ର ଅଏଁଲାସାରି ଗ୍ରାମରେ କ୍ଷତିଗ୍ରସ୍ତ ଦଳିତ ଭାଇମାନଙ୍କୁ ଚୂଡ଼ା, ଚାଉଳ, ଚିନି ଆଦି ବଂଟନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳିତ ପରିସ୍ଥିତିରେ ଦଳିତ ବସ୍ତିର ଅନେକ ଘର ଭାଂଗିଯାଇଥିବା ବେଳେ ଆଜି ଭୀମ ଆର୍ମି ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି । ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରଶାସନିକ ପ୍ରତିଶ୍ରୁତି ସତ୍ତେ୍ୱ ଆଜି ପର୍ଯ୍ୟନ୍ତ ରିଲିଫ୍‌ ବଂଟନ ହୋଇ ପାରିନାହିଁ କି ଦଳିତଙ୍କ ନ୍ୟାୟ ମିଳି ପାରିଲା ନାହିଁ । ଏବେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି ପୀଡ଼ିତ ପରିବାର । ନ୍ୟାୟ ଅପେକ୍ଷାରେ ଦିନ ଗଡ଼ି ଗଡ଼ି ଚାଲିଛି । ଏପଟେ ପୋଲିସ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ନୀରବ ମୁଦ୍ରାରେ ରହିଛି । ଯେତେଦିନ ପର୍ଯ୍ୟନ୍ତ ପୀଡ଼ିତଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ମିଳିବାରେ ଅବହେଳା କରାଯିବ, ସେତେଦିନ ପର୍ଯ୍ୟନ୍ତ ଓଡ଼ିଶା ଭୀମ ଆର୍ମି ଓ ବହୁଜନ ସମାଜ ପାର୍ଟି ତଥା ଅନ୍ୟାନ୍ୟ ସଂଗଠନଗୁଡ଼ିକ ନ୍ୟାୟ ପାଇଁ ଲଢେ଼ଇ ଜାରି ରଖିବେ ବୋଲି କୁହାଯାଇଥିବା ବେଳେ ଦରକାର ପଡ଼ିଲେ କୋଭିଡ-୧୯ ନିୟମ ପାଳନ ସହ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବୁ ନାହିଁ ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.