centurian jitm

ପୁଣି ଧରାପଡ଼ିଲେ କାଠମାଫିଆ, ୯୫ଖଣ୍ଡ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ ଜବତ : ତିନି ଗିରଫ

nschool

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ ଅଧୀନ ଅଂଚଳରେ ଗତ କିଛିଦିନ ହେଲା ବନବିଭାଗ ସକ୍ରିୟ ହୋଇ କାଠମାଫିଆଙ୍କୁ ଗିରଫ କରିବାରେ ସଫଳ ହେଉଛି । ଆଜି ପୁଣିଥରେ ଶାଳକାଠ ବୋଝେଇ ପିକଅପ୍‌ ଜବତ ହେବା ସହିତ ତିନିଜଣ କାଠମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ତେବେ ସୂଚନା ମୁତାବକ ମ.ରାମପୁର ରେଂଜ ଅଂଚଳରୁ ଶାଳକାଠ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ଚଢାଉରେ ଗୋଟିଏ ପିକଅପ୍ ଭ୍ୟାନ(ଗାଡ଼ି ନଂଓଆର୦୫ୱାଇ୨୬୬୦) ସହିତ ତିିନିଜଣ କାଠମାଫିଆ ସୋନପୁର ବିନିକାର ମୋହନ ଭୋସାଗର, ରାଜକୁମାର ବିଭାଗ ଓ ମ.ରାମପୁର ବ୍ଲକ ରଙ୍ଗାପଦର ଗ୍ରାମର ପ୍ରଫୁଲ୍ଲା ନାଏକଙ୍କୁ ଧରିଥିଲେ । ପରେ ଆଜି ଉକ୍ତ ତିିନିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଗାଡ଼ିରୁ ଜବତ ହେଇଥିବା ୯୫ଖଣ୍ଡଶାଳ କାଠ ଯାହାର ଆନୁମାନିକ ମୂଲ୍ୟ ୬୦ହଜାର ହେବ ବୋଲି ଜଣାଯାଇଛି । ଏହି ଚଢାଉରେ ରେଂଜ ଅଧିକାରୀ ଶ୍ରୀ ଦାଶଙ୍କ ସମେତ ବନପାଳ ରମେଶ ଚନ୍ଦ୍ର ବାଗ, ଦୀପକ ସା, ବନରକ୍ଷୀ ଉମେଶ ରାଉତ, ଅଭିଳାଶ ଭୋଇ, ବାଳକୃଷ୍ଣ ଜାଲ, ଦାମୋଦର ସାହୁ ଏବଂ ସ୍କ୍ୱାର୍ଡ଼ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.