ଟାଟା ଧାନ୍ୟା ସିଡ୍‌ସ୍‌ ପକ୍ଷରୁ ଟମାଟୋ ଚାଷୀଙ୍କ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବାଦିକଟା ଗ୍ରାମରେ ଟାଟା ଧାନ୍ୟା ସିଡ୍‌ସ୍‌ ପକ୍ଷରୁ ଟମାଟୋ ଚାଷୀଙ୍କ କର୍ମଶାଳା ଅନୁଷ୍‌ଷ୍ଠିତ ହୋଇଯାଇଛି । ଚାଷୀମାନେ ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ଏହି ସମାବେଶରେ ଟାଟା ଧାନା ସିଡସ କମ୍ପାନୀ ତରଫରୁ ସାଗର ମିଶ୍ର, ବ୍ୟାସଦେବ ଭୋଇ ଓ ରଞ୍ଜନ ସ୍ବାଇଁ ଯୋଗ ଦେଇ ମନୋହର ପ୍ରଜାତିର ଟମାଟୋ ବିଷୟରେ ଚାଷୀଙ୍କୁ ଅବଗତ କରାଇଥିଲେ । ଟମାଟୋ ଅମଳ ଓ ଲୋକ ଚାହିଦା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସମାବେଶରେ ସଫଳ ଟମାଟୋ ଚାଷୀ ଭାବରେ ରାମରତନ ସାହୁଙ୍କୁ କମ୍ପାନୀ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ହୃଦାନନ୍ଦ ସାହୁ, ସନାତନ ଭୋଇ, କମଳ ସାହୁ, ଦୀପକ ପ୍ରଧାନ, ଅରୁଣ ସାହୁ, ରଜନୀ ନାୟକ, ନକୁଳ ମାଝା ଓ ଯୁବରାଜ ବାରିକଙ୍କ ସମେତ ଅଞ୍ଚଳର ଶତାଧିକ ଚାଷୀ ଯୋଗଦେଇ ଥିଲେ । ଚାଷୀମାନଙ୍କୁ ଉତ୍ତମ ମଞ୍ଜି ଯୋଗାଣ, ବୈଷୟିକ ପରାମର୍ଶ, ସମୟାନୁସାରେ ରୋଗପୋକ ଦମନ ସଂପର୍କରେ ବୁଝାଇଥିଲେ ।

Leave A Reply

Your email address will not be published.

error: Content is protected !!