ଗ୍ରୀଡ୍ କର୍ମଚାରୀ ବ୍ୟାସଦେବ ବାଘଙ୍କ ଦେହାନ୍ତ

ମାଧିଆପାଲି, (ରାଜେଶ ଦଣ୍ଡସେନା) : ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍‌ର ମାଧିଆପାଲି ଗ୍ରୀଡ୍‌ରେ ପିଏସ୍‌ଏସ୍ ଅପରେଟର୍ (ଲାଇନ୍‌ମ୍ୟାନ୍‌) ଭାବେ କାର୍ଯ୍ୟ କରୁଥିବା ବ୍ୟାସଦେବ ବାଘଙ୍କ ବିୟୋଗ ହୋଇଯାଇଛି । ୨୦ ଦିନ ଆଗରୁ ତାଙ୍କ ଦେହ ଅସୁସ୍ଥ ହୋଇଥିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଅଧିକ ଅସୁସ୍ଥ ହେବାରୁ ବିକାଶ ହସ୍ପିଟାଲ ସମ୍ବଲପୁର ଏବଂ ଶେଷରେ ଏପୋଲୋ ହସ୍ପିଟାଲ ଭୁବନେଶ୍ଵରରେ ଚିକିତ୍ସା ଚାଲିଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କ ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ଶବଦାହ ବେଳେ ଘର ପରିବାର ବନ୍ଧୁ ପରିଜନ ସହିତ ବିଦ୍ୟୁତ୍‌ ବିଭାଗର ବହୁ ଅଧିକାରୀ ଏବଂ ସାଥୀ କର୍ମଚାରୀ ଯୋଗ ଦେଇଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ । ଯୁବକ ବୟସରେ ତାଙ୍କ ଦେହାନ୍ତ ସମସ୍ତଙ୍କୁ ହତୋତ୍ସାହିତ କରୁଥିଲା । ଆଜି ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ମାଧିଆପାଲି ଗ୍ରୀଡ୍‌ରେ ଶୋକସଭା ପାଳନ କରାଯାଇଥିଲା । ନିଜ ସାଥୀ କର୍ମଚାରୀଙ୍କୁ ହରାଇ ସମସ୍ତେ ତାଙ୍କର ସ୍ମୁତିଚାରଣ କରିଥିଲେ ।

Leave A Reply

Your email address will not be published.

error: Content is protected !!