- ୧୭ଦଫା ଦାବିପତ୍ର ପ୍ରଦାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମୁରିବାହାଲ ଓ ଟିଟିଲାଗଡ ବ୍ଲକର ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ- ୨୦୦୬, ସଂଶୋଧିତ ନିୟମ-୨୦୧୨କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଭଳି ପ୍ରମୁଖ ୧୭ଦଫା ଦାବୀ ନେଇ ବ୍ଲକ ଜିନ୍ଦାବାଦ ସଂଗଠନ ପକ୍ଷରୁ ଆଜି ବିଶ୍ଵ ଆଦିବାସୀ ଦିବସରେ ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ପରେ ଏକ ୧୭ଦଫା ଦାବିପତ୍ର ବନାଞ୍ଚଳ ଅଧିକାରୀ ଶିବପ୍ରସାଦ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବିଗୁଡିକ ମଧ୍ୟରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ-୨୦୦୬ ଓ ସଂଶୋଧିତ ନିୟମ-୨୦୧୨କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଭଳି ବିଭିନ୍ନ ୧୭ ଦଫା ଦାବୀ ରହିଛି । ଏହା ପୂର୍ବରୁ ଆଦିବାସୀମାନେ ଏକ ବିରାଟ ପଟୁଆରରେ ସ୍ଥାନୀୟ କଲ୍ୟାଣ ମଣ୍ଡପରୁ ବାହାରି ରେଞ୍ଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ପ୍ରତିବାଦ ସଭା କରିଥିଲେ । ଜିନ୍ଦାବାଦ ସଂଗଠନର ଜିଲ୍ଲା ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜି, ସଭାପତି ଗଙ୍ଗାଧର ମାଝୀ, କଳାହାଣ୍ଡି ଜିଲ୍ଲା ଉପଦେଷ୍ଟା ଜନ୍ମଜୟ ମାଝୀ, ବ୍ଲକ ସଭାପତି ମଧୁ ଶବର, ସମ୍ପାଦକ କେଶବ ଧରୁଆଙ୍କ ନେତୃତ୍ୱରେ ଏହି ଘେରାଉ ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା ।