csstore

କଳା ସଂସ୍କୃତି ସଂଘର କମିଟି ଗଠନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରୁ ସମସ୍ତ କଳାକାରମାନଙ୍କୁ ନେଇ ଗତକାଲି ବ୍ଲକ୍ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ୍‌ଙ୍କ ସଭାପତିତ୍ୱରେ ସଭା ପରିଚାଳନା କରାଯାଇଛି । ଉକ୍ତ ସଭାରେ ସଭାର ମୁଖ୍ୟ ଆଲୋଚ୍ୟ ବସ୍ତୁକୁ ନେଇ ଆଲୋଚନା କରାଯାଇଛି ଏବଂ କଳା ସଂସ୍କୃତି ସଂଘର ଏକ କମିଟି ଗଠନ କରାଯାଇଛି । ଏହି କମିଟିର ଉପସଭାପତି ଭାବେ କାର୍ତ୍ତିକେଶ୍ୱର ସାହୁ, ସମ୍ପାଦକ ଭାବେ ହେମାନନ୍ଦ ବିଶ୍ୱାଳ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟାଙ୍କ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ । କାର୍ଯ୍ୟକାରିଣୀ କମିଟିରେ ଭକ୍ତବନ୍ଧୁ ମେହେର, ଅମିଳ ପୁଟେଲ, ବନବାସ ସୁନା, ଚିତ୍ତମନ ତାଣ୍ଡି ଏବଂ ସମସ୍ତ କଳାକାର ବୃନ୍ଦଙ୍କ ଉପସ୍ଥିତିରେ ମନୋନୀତ ହୋଇ ପରିଶେଷରେ ସମସ୍ତ କଳାକାର ବୃନ୍ଦ ଏକତା ବଜାୟ ରଖିବା ନିମନ୍ତେ ମତପ୍ରକାଶ କରି ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

jayashree
Leave A Reply

Your email address will not be published.