oom

ପଦ୍ମପୁରରେ କାଳୀପୂଜା ଓ ଦୀପାବଳି ଏକ ଭିନ୍ନ ରୂପରେ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା କୁ ନେଇ ସରକାରୀ କଟକଣା ହେତୁ ରାଜ୍ୟର ସମସ୍ତ ଧାର୍ମିକ,ସାମାଜିକ ତଥା ସାଂସ୍କୃତିକ ଉତ୍ସବରୁ ଲୋକେ ଦୂରରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି । ଏଇ ପରିପ୍ରେକ୍ଷୀରେ ପଦ୍ମପୁର ସହରରେ କାଳୀପୂଜା ଓ ଦୀପାବଳି ଉତ୍ସବ ଏକ ଭିନ୍ନ ରୂପରେ ଅନୁଷ୍ଠିତ ହେଉଛି । ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ ହୋଇଥିବାରୁ ବାଣ ଦୋକାନ ଖୋଲା ଯାଇନାହିଁ । ଅନ୍ୟ ପକ୍ଷରେ ଦୀପ ଓ ଅନ୍ୟାନ୍ୟ ସାମଗ୍ରୀର କ୍ରୟ ବିକ୍ରୟ ପାଇଁ ବେଶ୍ ଭିଡ ପରିଲକ୍ଷିତ ହେଉଛି । ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ହେଉଛି ଯେ ଗତକାଲି ଠୁଁ ଆଜି ଯାଏ ସୁନା ଦୋକାନ ମାନଙ୍କରେ ଧନତରସ ପାଇଁ ପ୍ରବଳ ଭିଡ ହେଉଛି । ନା କେହି ମାକ୍ସ ପିନ୍ଧିବା କିମ୍ବା ସାମାଜିକ ଦୂରତାକୁ ଗୁରୁତ୍ୱ ହେଉଛନ୍ତି । ପ୍ରଶାସନ ବି ଏ କ୍ଷେତ୍ରରେ ଆଖି ବୁଜି ଦେଇଛି । ଚା ଦୋକାନରେ ଭିଡ ହେଲେ ଫାଇନ, ଅଥଚ ସୁନା ଦୋକାନରେ କୁଆଡେ ଗଲା କରୋନା ଆଇନ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏଥି ସହିତ ପଦ୍ମପୁର ସହରରେ କରୋନା କଟକଣା ସତ୍ତ୍ବେ କାଳୀପୂଜାର ଆୟୋଜନ ପାଇଁ ବେଶ୍ ଉତ୍ସାହିତ ହୋଇଛନ୍ତି ପୂଜା କମିଟି ଗୁଡିକ। କଲେଜ ରୋଡ,ଖଦୀ ମଣ୍ଡଳ ତଥା ପୁରୁଣା ବସ୍ତିର କାଳୀପଡାରେ ପୀଠ ପୂଜା ହେଉଥିବା ବେଳେ ହନୁମାନ ପଡାରେ ଶ୍ୟାମ କାଳୀଙ୍କର ମୃଣ୍ମୟୀ ମୂର୍ତ୍ତୀକୁ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପାଇଁ ବିଶେଷ ପ୍ରସ୍ତୁତି ଚାଲିଛି । ପୁଣି ବହୁବର୍ଷ ତଳୁ ହନୁମାନପଡାରେ ସାର୍ବଜନୀନ କାଳୀପୂଜା କମିଟି ତରଫରୁ ଆୟୋଜିତ ହେଉଥିବା ବୋଡାସମ୍ବର ଲୋକ ମହୋତ୍ସବ, ତ୍ରିପୁରାସୁରବଧ ନାଟ୍ୟଧାରା ତଥା ଅନ୍ୟାନ୍ୟ ସାଂସ୍କୃତିକ ଉତ୍ସବକୁ କରୋନା କଟକଣା ଯୋଗୁଁ ଏ ଥରକ ପାଇଁ ବାତିଲ କରାଯାଇଛି ।

jittmm
Leave A Reply

Your email address will not be published.