ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନସ୍ଥିତ ଜାଦବ ଭବନ ନିକଟସ୍ଥ ପାନ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଭୋର ସକାଳୁ ତାଲା କାଟି ନେଇଗଲେ ପାଖାପାଖି ୪୦ ହଜାର ଟଙ୍କାର ସାମାନ । ସୂଚନା ଅନୁଯାଇ ଦୋକାନ୍ ମାଲିକ ସକାଳୁ ଦୋକାନ ଖୋଲିବା ପାଇଁ ଆସିଥିଲେ ଏହି ସମୟରେ ତାଲା କାଟା ଯାଇଥିବା ଦେଖି ଟାଉନ୍ଥାନାରେ ଅଭିଯୋଗ କରିଥିଲେ । ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । ଟାଉନ୍ ଥାନା ପାଖରୁ ଯଦି ଚୋରି ହେଉଛି ତା’ହେଲେ ଜନ ସାଧାରଣ କେମିତି ସୁରକ୍ଷିତ ରହିବେ ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।