ବସନ୍ତ ମିଳନରେ କବିତା ପାଠୋତ୍ସବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ କନ୍ଦରାଭଟା ଜଳମହାଦେବ ଝରଣା କୂଳରେ ସେଲା ପଥର ସାହିତ୍ୟ ସଂସ୍କୃତି କଲା ପରିଷଦ ବସନ୍ତ ମିଳନ ଉତ୍ସବ ରବିବାର ଅନୁଷ୍ଠିତ ହେଇଯାଇଛି । ପରିଷଦ ସମ୍ପାଦକ ଧରମସିଂ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କବିଯତ୍ରୀ ସଂଯୁକ୍ତା ପରିଛା, ସମ୍ମାନିତ ଅତିଥି ବରିଷ୍ଠ କବି କାର୍ତ୍ତିକେଶ୍ୱର ବେହେରା, ଉକ୍ତବନ୍ଦୁ ବିଶ୍ୱାଳ, ଆଶୁତୋଷ ଠାକୁର, ପରିଷଦ ସଭାପତି ଅଭୟ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଭାଷା ସଂସ୍କୃତିର ସୁରକ୍ଷା ପାଇଁ ଲିଖିନୀ ଚାଳନାର ଆବଶ୍ୟକତା ଥିବା ବକ୍ତାମାନେ କହିଥିଲେ । ପରେ ଉପସ୍ଥିତ କବିୟତ୍ରୀ କବିମାନେ ସ୍ୱରଚିତ କବି ପାଠ କରିଥିଲେ । ଯୁବକବି ଶୋଭାକର ପଧାନ, ଦେବରାଜ ପାଣିଗ୍ରାହୀ, ସବିତା ଭୋଇ ମଞ୍ଚ ପରିଚାଳନା କରିଥିଲେ । ଲାଲଚନ ବଗର୍ତ୍ତୀ, ପ୍ରଦୀପ ଦାସ, କୁଞ୍ଜବିହାରୀ ସରାଫ, ସାବିତ୍ରୀ ସାହୁ, ଘନଶ୍ୟାମ ସରାଫ, ଘନଶ୍ୟାମ ବିଶ୍ୱାଳ ପ୍ରମୁଖ ୪୦ରୁ ଉର୍ଦ୍ଧ୍ୱ କବି ଉପସ୍ଥିତ ଥିଲେ । ପରିଷଦ ତରଫରୁ ସମସ୍ତଙ୍କୁ ମାନପତ୍ର ଦେଇ ସ‌ମ୍ବ‌ର୍ଦ୍ଧିତ କରାଯାଇଥିଲା । ଶେଷରେ କବି ସତ୍ୟାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.