ନିଷାନ୍ ସାହିତ୍ୟ ସଂସଦର ଦ୍ଵାଦଶ ଅଠାରି କବିତା ଆସର ଓ କଳାକାର ମହାମିଳନ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦ୍ଵାଦଶ ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁଲାଇ ୩୦ ତାରିଖ ରବିବାର ଅପରାହ୍ନ ୫ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବର୍ଷିୟାନ କବି ସତ୍ୟ ନାରାୟଣ ମିଶ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର୍ କମିଟିର ସକ୍ରିୟ ସଦସ୍ୟ ତଥା ମିକ୍‌ଶ୍ଚର ରାମଲୀଳାର ରାବଣ ଶତୃଘ୍ନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଓ କଳାର ସାହିତ୍ୟର ଅଭିବୃଦ୍ଧି ଦିଗରେ ଫେସବୁକ୍ କଳାପଟା ନିଷାନ୍‌ର ନିରନ୍ତର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ରାମଲୀଳା କଳାକାର ତଥା ମିକ୍‌ଶ୍ଚର ରାମଲୀଳାର ସୀତା ରମାକାନ୍ତ ମିଶ୍ର ଯୋଗଦେଇ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଶ୍ରୋତାମାନଙ୍କର ମନ ମୋହି ନେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ନିଷାନ୍‌ର କୋଷାଧ୍ୟକ୍ଷ ତଥା ବିଶିଷ୍ଟ ହାସ୍ୟ କବି ଓ ରାମଲୀଳାର ଜତି ରାବଣ ଦେବେନ୍ଦ୍ର ଭୋଇ ଯୋଗଦେଇ କବିତା, ସଂଳାପ ଓ ଗୀତ ଗାଇ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର, ସହ ସଂପାଦକ କୃଷ୍ଣେନ୍ଦୁ ହୋତା, ସତ୍ୟ ଭୂଷଣ ସାହୁ, ଭକ୍ତବନ୍ଧୁ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ନାରାୟଣ ଦଣ୍ଡସେନା, ଅଂଶୁମାନ ତ୍ରିପାଠୀ, ଅନିଲ କୁମାର ପଣ୍ଡା, ହେମନ୍ତ ସେଠ, ଜୟ ପ୍ରଧାନ, କାର୍ତ୍ତିକ ପୁଟେଲ, ବୀରେନ୍ଦ୍ର ପାଣ୍ଡେ, ସନ୍ତୋଷ ବେହେରା, ଶଙ୍କର୍ଷଣ ବାଗ, ରାଜୀବ କୁମାର ପଟେଲ, ଶ୍ରୀପାଳ ପଣ୍ଡା, ମୁନା ତ୍ରିପାଠୀ, ସେହିପରି କବୟିତ୍ରୀ ଆର୍. ପୁଷ୍ପାଞ୍ଜଳି, ହୀରାବତୀ ସାହୁ, ସାବିତ୍ରୀ ସାହୁ, ତୃପ୍ତିମୟୀ ତ୍ରିପାଠୀ, ସାଈଶିଖା ସତପଥୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କବିତା ଆସର ଶେଷରେ ନିଷାନର ସକ୍ରିୟ ସଦସ୍ୟା କବୟିତ୍ରୀ ଚନ୍ଦନା ମଞ୍ଜରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.