oum

ହୁତୁହୁତୁ ହୋଇ ଜଳୁଛି ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲ

jsm

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍‌ର କରଦାଙ୍ଗି ଗାଁ ଘୋଡାବେଡ଼ା ସାହି ନିକଟ ମାଙ୍କଡ଼ଚୁଆ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଏକର ଏକର ଜଙ୍ଗଲ ଜଳୁଥିବା ଖବର ମିଳିଛି । ସନ୍ଧ୍ୟା ହେଲେ ବଢୁଛି ନିଆଁର ପ୍ରକୋପ । ଜଙ୍ଗଲରେ ଥିବା ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ଶିକାରିଙ୍କ ହାବୁଡ଼ରେ ପଡ଼ି ତାଙ୍କର ପ୍ରାଣ ଯାଉଛି । ସେପଟେ ଦୀର୍ଘ ଦିନଧରି କରଦାଙ୍ଗି ଗାଁରେ ବିମଳା ଫରେଷ୍ଟର ଓ କର୍ମଚାରୀ ଡେରା ପକାଇ ରହିଥିଲେ ମଧ୍ୟ ବନ କର୍ମଚାରୀଙ୍କ ନାକତଳେ ଜଙ୍ଗଲ ଜଳିବା ବନବିଭାଗର ପାରିବାପଣିଆକୁ ପଦାରେ ପକାଇଛି । ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ ଏପର୍ଯ୍ୟନ୍ତ ସେଭଳି କିଛି ଠୋସ୍ ପଦକ୍ଷେପ ମଧ୍ୟ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.