ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ : ୨ ଜଣଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଙ୍କୁରା ନାଏକ ସାହିର ଜଣେ ୨୮ବର୍ଷ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ । ଗଙ୍ଗାଧରଙ୍କ ମା’ ପାଳଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଗଙ୍ଗାଧର ଅଙ୍କୁରାଝପା ସାହିର ଦୀନବନ୍ଧୁ ପାତ୍ରଙ୍କ ଘରକୁ ଯାଇଥିବା ବେଳେ ଦୀନବନ୍ଧୁଙ୍କ ସ୍ତ୍ରୀ, ପୁଅ-ବୋହୂ କୌଣସି କାରଣରୁ ତାଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ । ଫଳରେ ଗଙ୍ଗାଧର ଗୁରୁତର ହୋଇ ଘରକୁ ଆସିଥିଲେ । ବୁଧବାର ରାତିରେ ଖାଇ ପିଇ ଶୋଇଥିଲେ । ଗୁରୁବାର ସକାଳୁ ଗଙ୍ଗାଧରଙ୍କୁ ତାଙ୍କ ମା’ ଉଠାଇବାକୁ ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇ ଗଙ୍ଗାଧରଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଏସ୍‌ଆଇ ଲକ୍ଷ୍ମଣ ମାଝୀ, ଏଏସ୍‌ଆଇ ସରୋଜ କୁମାର ସେଠୀ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୀନବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ତାଙ୍କ ପୁଅ ବୋହୂ ଫେରାର ରହିଛନ୍ତି । ପୋଲିସ କେନ୍ଦୁଝରରୁ ସାଇଣ୍ଟି ଫିକ୍‌ ଟିମ୍‌ ଡକାଇ ତଦନ୍ତ କରିବ ବୋଲି କହିଛି । ଘଟଗାଁ ଏସଡିପିଓ ବିଜୟକୃଷ୍ଣ ମହାପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

jittmm
Leave A Reply

Your email address will not be published.