jayashree

ଧର୍ମ ପରାୟଣା ମହିଳା ଯଶୋବନ୍ତୀ ରାଓଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ମାଳପଡା ଗ୍ରାମର ସାମ୍ବାଦିକ ପୂର୍ଣ୍ଣ ଶଶି ଶେଖର ରାଓଙ୍କ ବଡ଼ ମାଆ ଓ ପଣ୍ଡିତ ଭୁବନେଶ୍ଵର ରାଓଙ୍କ ସ୍ତ୍ରୀ ଯଶୋବନ୍ତୀ ରାଓଙ୍କ(୬୪) ବୟସରେ ତାଙ୍କର ମାଳପଡା ସ୍ଥିତ ବାସ ଭବନରେ ଆଜି ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀମତୀ ରାଓ ଜଣେ ଧର୍ମ ପରାୟଣା ଓ ମିଷ୍ଠ ଭାଷୀ ମହିଳା ଥିଲେ । ସେ ସମସ୍ତଙ୍କୁ ସ୍ନେହ, ଆଦର ଓ ଶ୍ରଦ୍ଧା କରୁଥିଲେ ।ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ପଛରେ ତିନି ପୁଅ ଯୁଗଳ କିଶୋର ରାଓ, ବିଭୁତି ଭୁଷଣ ରାଓ, ଅନଙ୍ଗ କିଶୋର ରାଓ, ଦୁଇ ବୋହୂ ଲକ୍ଷ୍ମୀ ରାଓ, ସୁଦେଷ୍ଣା ରାଓ ଚାରୋଟି ନାତି ସଂଗ୍ରାମ ରାଓ, ସଞ୍ଜୟ ରାଓ, ସମିର ରାଓ, ସୁଧିର ରାଓ ଓ ଗୋଟିଏ ନାତୁଣୀ ଶୃତି ରାଓଙ୍କୁ ଛାଡି ଚାଲିଯାଇଛନ୍ତି । ମାଳପଡା ଗ୍ରାମ ସ୍ଥିତ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ବଡ଼ ପୁଅ ଯୁଗଳ କିଶୋର ରାଓ ମୁଖାଗ୍ନୀ ଦେଇଥିଲେ । ତାଙ୍କ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.