କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ତମିଆଁ ପଞ୍ଚାୟତ ଅଏଳାତୁଙ୍ଗା ଗାଁରେ କୋଶଳି ସଂସ୍କୃତି ଦିନ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଭୀଷ୍ମ ସାହୁ ପୂଜା କରିଥିଲେ, ଉପେନ୍ଦ୍ର ସାହୁ କବିଙ୍କ ଗୁଣଗାନ କରିବା ସହ କୋଶଲୀ ଭାଷାର ସରକାରୀ ମାନ୍ୟତା ପାଇଁ ଆମ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ପଡ଼ିବ ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ନବରତ୍ନ ସାହୁ ଭାଷାକୁ ବଞ୍ଚାଇବାକୁ ହେଲେ କବିଙ୍କ ରଚିତ ରାମାୟଣ ଛପାଜାଇ ଗାଁ ଗାଁରେ ପୁରାଣ ପଠନ କାର୍ଯ୍ୟକ୍ରମ କଲେ ଆହୁରି କୋଶଲୀ ଭାଷା ସମୃଦ୍ଧି ହେବ ବୋଲି ମତ ପ୍ରଦାନ କରିଥିଲେ । ଦୟାନିଧି ସାହୁ, କୃପାଳୁ ସାହୁ, ଗୋପାଳ ସାହୁ, ଭୀମ ସାହୁ ଓ ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.