- ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜକୁ ଆହ୍ୱାନ
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ, ସୁନ୍ଦରଗଡ଼ ଜିଲ୍ଲା କମିଟି, ଭାରତର ଛାତ୍ର ଫେଡେରେସନ ଓ ଶହୀଦ ଭଗତ ସିଂହ ଷ୍ଟାଚ୍ୟୁ କମିଟି ପକ୍ଷରୁ ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପାଳନ କରାଯାଇଛି । ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟିର ସଂପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ସିପିଆଇଏମ୍ ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ବିପି ମହାପାତ୍ର, ବସନ୍ତ ନାୟକ, ଷ୍ଟାଚ୍ୟୁ କମିଟି ଉପାଧ୍ୟକ୍ଷ ଚନ୍ଦ୍ରଭାନୁ ଦାସ, ସାଧାରଣ ସମ୍ପାଦକ ବିଶ୍ଵଜିତ ମାଝୀ, ଯୁବ ଫେଡେରେସନ ଜିଲ୍ଲା ସଭାପତି ଶେଖର ଶର୍ମା, ସତ୍ୟମ୍ ତନ୍ତୀ, ସମାଜସେବୀ ଭରତ ବାଇ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ, ଭାରତର ସ୍ଵାଧିନତା ଆନ୍ଦୋଳନରେ ଶହୀଦ ଭଗତ ସିଂହଙ୍କ ଏକ ଅଗ୍ରଣୀ ଭୂମିକା ଯାହା ଚିରଦିନ ପାଇଁ ସମଗ୍ର ଦେଶବାସୀଙ୍କ ନିକଟରେ ବିଶେଷ କରି ଯୁବପିଢୀଙ୍କ ପାଇଁ ଆଦର୍ଶ ହୋଇ ପ୍ରକୃତରେ ଶହୀଦ ହୋଇ ରହିବେ । ସେ ପଞ୍ଜାବର ବଙ୍ଗରେ ୧୯୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ଇଂରେଜ ସରକାର ବିରୁଦ୍ଧରେ ଭାରତର ସ୍ଵାଧିନତା ଆନ୍ଦୋଳନରେ ଯୋଗଦେଇଥିଲେ । ମାତ୍ର ୨୩ ବର୍ଷ ବୟସରେ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଇଂରେଜ ସରକାର ତାଙ୍କ ସହ ତାଙ୍ଙ୍କ ଦୁଇ ସହଯୋଦ୍ଧା ଶୁକଦେବ ଓ ରାଜଗୁରୁଙ୍କୁ ଫାଶି ଦେଇଥିଲେ । ଶହୀଦ ଭଗତ ସିଂହ ପୂର୍ଣ୍ଣ ସ୍ଵରାଜ୍ୟ ଦାବି କରି ଦେଶର ଯୁବପିଢୀ ନିକଟରେ ଖୁବ୍ ଆଦୃତ ହୋଇଥିଲେ ଯେଉଁ ଦାବିକୁ ପରବର୍ତ୍ତୀ ସମୟରେ ଇଂରେଜ ଏକ ପ୍ରମୁଖ ଦାବି ଭାବରେ ଇଗ୍ରେଜ ସରକାର ନିକଟରେ ରଖିଥିଲେ । ଶହୀଦ ଭଗତ ସିଂହ କହିଥିଲେ ଯେ, କେବଳ ସରକାର ପରିବର୍ତ୍ତନ ହେଲେ ହେବ ନାହିଁ ସମାଜ ବ୍ୟବସ୍ଥାର ପରିବର୍ତ୍ତନ ହେବା ଜରୁରୀ । ଯେଉଁ ବ୍ୟବସ୍ଥାରେ ଶୋଷକ, କ୍ଷଣ, ଅତ୍ୟାଚାର ରହିବ ନାହିଁ । ଜନସାଧାରଣ ମୈଳିକ ସୁବିଧା ପାଇନାରିବେ । ସେ ସ୍ଵପ୍ନ ଆଜି କେତେଦୂର ଆମେ ପୁରଣ କରିପାରିଛେ ତାହା ଆତ୍ମଚିନ୍ତନର ଆବଶ୍ୟକତା ରହିଛି ଓ ଆଜିର ଦିନରେ ଶହୀଦ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିପିଆଇଏମ୍ ନେତା ଲକ୍ଷ୍ମୀଧର ନାୟକ, ଦିବାକର ମହାରଣା, ପ୍ରଦୀପ ସେଠୀ, ପ୍ରଭାତ ମହାନ୍ତି, ସଚୀନ ରାୟ, ଏନ୍.କେ ରାଉତରାୟ, ପରେଶ୍ ମହାନ୍ତି, କୁଳମଣି ରାଉତ, ଉମାକାନ୍ତ ରାୟ, ନରେନ୍ଦ୍ର ମହନ୍ତ, ବିଶ୍ଵଜିତ ରାଉତ ସମେତ ବହୁ ବୁଦ୍ଧିଜୀବୀଙ୍କ ସମେତ ଜନ ସାଧାରଣ ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ସଭାରେ ସାମିଲ ହୋଇଥିଲେ ।