oom

ମ.ରାମପୁର ପଞ୍ଚାୟତ ମଟୋଗଣ୍ଡା ଶୈବପୀଠ ପରିସରରେ ସିଆର୍‌ପିଏଫ୍‌ ଏଫ୍ ୬୪ ବାଟାଲିୟନ ପକ୍ଷରୁ ସିଭିଲ ଆକ୍ସନ ଜନସମ୍ପର୍କ ମେଳା ଅନୁଷ୍ଠିତ

jsmm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋଟୋଗଣ୍ଡା ଶୈବପୀଠ ପରିସରରେ ମ. ରାମପୁର ସିଆର୍‌ପିଏଫ୍‌ ଏଫ୍ ୬୪ ବାଟାଲିୟନ ପକ୍ଷରୁ ସିଭିଲ ଆକ୍ସନ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱରର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ ମହାନ୍ତିଙ୍କ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଭିଲ ଆକ୍ସନ ଜନସମ୍ପର୍କ ମେଳାକୁ ଉଦ୍‌ଘାଟନ କରିଥିଲେ ଏଫ୍‌ ୬୪ ବାଟାଲିୟନ କମାଣ୍ଡେଣ୍ଟ ବିପ୍ଲବ ସରକାର ଯୋଗଦେଇ ଜନସମ୍ପର୍କ ମେଳାରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଗାଁରେ ଦେଶ ବିଦେଶର ଖବର ଜାଣିବା ପାଇଁ ରେଡ଼ିଓ ଓ ବିଦ୍ୟୁତ ପହଞ୍ଚି ନଥିବା ଗାଁର ଛାତ୍ର ଛାତ୍ରୀମାନେ ପାଠ ପଢି ପାରିବେ ଏହାକୁ ନେଇ ସୋଲାର ଲାଇଟ୍ ପ୍ରଦାନ କରାଯାଇଥିଲା । ଉକ୍ତ ଅଞ୍ଚଳର ଲୋକମାନେ ଯବାନଙ୍କୁ ଭୟ ନ କରି ତାଙ୍କ ସହିତ କିପରି ସୁସମ୍ପର୍କ ରଖିବେ ସାଧାରଣ ଜନତାଙ୍କୁ ସବୁ ବେଳେ ସେବା ଯୋଗାଇ ଦେବାକୁ କହିଥିଲେ । ଏଥିରେ ଏମ୍ ରାମପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂହ ଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ମ. ରାମପୁର ପଞ୍ଚାୟତ ସରପଂଚ ବୀଣାପାଣି ସାହୁ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ଯୁବ ସାମ୍ବାଦିକ ସରୋଜ ସାହୁ, ମ.ରାମପୁର ଓ୍ବାଡ ସଭ୍ୟା ସଞ୍ଜୁକ୍ତା ପୁରୋହିତ, ବ୍ଲକ ଯୁବ ସଭାପତି ସତ୍ୟନାରାୟଣ ସାହୁ, ମ.ରାମପୁର ପଞ୍ଚାୟତ ବିଜେଡ଼ି ଦଳର ପଞ୍ଚାୟତ ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, ସାମ୍ବାଦିକ ନିରଞ୍ଜନ ମହାରଣା, ସମାଜସେବୀ ଶଙ୍କର ସୁନା, ମ.ରାମପୁର ପୋଲିସ ବିଭାଗର ଶ୍ରୀ ପାଢି ସିଆର୍‌ପିଏଫ୍ ୬୪ ବାଟାଲିୟନର ଭବାନୀପାଟଣା ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ବି.ପି.ସିଂହ ଯୋଗଦେଇ ଥିବା ବେଳେ ଗାଞ୍ଜପାଦର, ପିଲବାଞ୍ଜି ଓ ସ୍ଥାନୀୟ ଅଞ୍ଚଳର ମହିଳା ପୁରୁଷ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.