ମରଣଯନ୍ତା ପାଲଟିଛି ବାଏପାସ୍‌ ରାସ୍ତା : ବିଧାୟିକାଙ୍କ ଗଡ଼ରେ ଜନତା ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀରେ ରାସ୍ତା ପାଲଟିଛି ମରଣଯନ୍ତା । ବିଧାୟିକା ରୀତା ସାହୁଙ୍କ ଗଡ଼ରେ ଜନତାଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ଅନେକ ସମୟରେ ରାସ୍ତାର ଅବସ୍ଥା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ଅଞ୍ଚଳବାସୀ । ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍‌ସ୍ଥ ବରପାଲି ସହରର ରେଲୱେ ଫ୍ଲାଏ ଓଭର ବ୍ରିଜ ବାଏପାସ ରାସ୍ତାର ଅବସ୍ଥା କହିଲେ ନସରେ । ବଡ ବଡ ଖାଲ ଢ଼ିପ ସହ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ସୋନପୁର, ବୌଦ୍ଧ, ଭୁବନେଶ୍ୱର ଓ ଜଗନ୍ନାଥଧାମକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତାର ଅବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମଧ୍ୟ ସମସ୍ତେ ଜାଣିଶୁଣି ଚୁପ୍‌ ହୋଇ ହାତ ବାନ୍ଧି ବସିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ରାସ୍ତା ପାଇଁ ପ୍ରତ୍ୟେକ ଦିନ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ଖୁବଶୀଘ୍ର ସ୍ଥାନୀୟ ନେତା ଓ ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରାନଗଲେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ବରପାଲିବାସୀ କଡା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.