om academy

ଜମି ବିବାଦକୁ ନେଇ ମାର ପିଟ୍‌ ଘଟଣା : ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମରେ ଗତ ରବିବାର ଦିନ ଜମି ବିବାଦକୁ ନେଇ ବିଜୟ ରଣା ଓ ଡିଙ୍ଗର ରଣା ପରିବାରଙ୍କ ଭିତରେ ଗଣ୍ଡ ଗୋଲ ହୋଇଥିଲା । ଘଟଣା ସ୍ଥାନରେ ଡିଙ୍ଗର ରଣାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ଜିଲ୍ଲା ଭୀମ ଭୋଇ ମେଡ଼ିକାଲ କଲେଜରେ ଚିକିତ୍ସା ଚାଲିଛି । ତେବେ ଏହି ଘଟଣାକୁ ଆଧାର କରି ସମ୍ପର୍କୀୟ ପୁତୁରା ଲକ୍ଷି ରଣା(୪୧)କୁ ସଇଁନ୍ତଲା ପୁଲିସ ଗିରଫ କରି କୋର୍ଟ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.