ବୃକ୍ଷ ହିଁ ମାନବ ଜାତିର ଆଦିମ ଗୁରୁ : ପ୍ରକୃତି ପ୍ରେମୀ ହୃଷୀକେଶ ପାଢୀ

ଡେଲାଙ୍ଗ : ( ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମରେ ଗଢି ଉଠିଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଗ୍ରାମର ଆରାଧ୍ୟଦେବ ଇଶାଣେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଥିବା ବହୁ ପୁରାତନ ବକୁଳବୃକ୍ଷ, ବେଲବୃକ୍ଷ, ଅଁଳାବୃକ୍ଷ ପୂଜନ ଉତ୍ସବ କରାଯାଇ ଅଛି । ଉକ୍ତ କାର୍ଯ୍ୟକ୍ରମକୁ ଧର୍ମପରାୟଣା ମହିଳା ତଥା ପୂର୍ବତନ ଓାର୍ଡସଭ୍ୟା ଜାନକୀ ପାଢୀ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତି ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ କହିଥିଲେ – ବୃକ୍ଷ ଯୋଗୁଁ ସାରା ଜଗତ ବଂଚି ରହିଛି । ବୃକ୍ଷ ଆମକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଉଛି । ପରିବେଶ ସୁରକ୍ଷା କରୁଛି । ଯାହା ଯୋଗୁଁ ଆମେ ପୃଥିବୀ ପୃଷ୍ଠରେ ଶାନ୍ତିରେ ବସବାସ କରିପାରୁଛେ । କହିବାକୁ ଗଲେ ବୃକ୍ଷ ହିଁ ମାନବ ଜାତିର ଆଦିମ ଗୁରୁ । ଏହି ଅବସରରେ ଆଜିର ଗୁରୁଦିବସ ଚିନ୍ତନରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ଗୁରୁଙ୍କ ସେବା ଭଳି ଗଛର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.