ଛତ୍ରପୁର ରେଳ ଷ୍ଟେସନ୍‌ରେ ବଗିର-କୋଚ ସମ୍ବନ୍ଧୀୟ ଭୁଲ ସୂଚନା ନେଇ ଯାତ୍ରୀ ହନ୍ତସନ୍ତ

  • ରେଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବଡ଼ ରେଳ ଷ୍ଟେସନ୍‌ରେ ରେଳ ଗାଡ଼ି କେଉଁ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ପହଞ୍ଚିବ ଓ ଟ୍ରେନ୍ ବଗିର-କୋଚ ସମ୍ବନ୍ଧୀୟ ସୂଚନା ଟ୍ରେନ୍‌ ପହଞ୍ଚିବାର କିଛି ସମୟ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଥାଏ ଏବଂ ପ୍ରଦର୍ଶିତ ଡିସ୍‌-ପ୍ଲେ ବୋର୍ଡରେ ମଧ୍ୟ ଏହି ସୂଚନା ପ୍ରତିଫଳିତ ହୋଇଥାଏ । ଏହା ଦ୍ଵାରା ଯାତ୍ରୀମାନେ ସଚେତନ ହୋଇ ଗାଡ଼ି ଚଡ଼ିବା ପାଇଁ ନିଜନିଜର ଜିନିଷପତ୍ର ଧରି ସଜାଗ ହୋଇଥାନ୍ତି । ନିଜ ନିଜର ଜିନିଷପତ୍ର ଧରିବା ସହ ନିର୍ଦ୍ଧାରୀତ ସ୍ଥାନରେ ଗାଡ଼ିକୁ ଅପେକ୍ଷା କରନ୍ତି । କିନ୍ତୁ ଗତ ଶନିବାର ଦିନ ଗାନ୍ଧୀଧାମ୍ ଟ୍ରେନ୍‌ ନଂ. ୨୨୯୭୪ ସାପ୍ତାହିକ ଟ୍ରେନ୍‌ ପୁରୀରୁ ଛତ୍ରପୁର ରେଳ ଷ୍ଟେସନ୍‌କୁ ଆସିବା ବେଳେ ଏକ ଅପ୍ରିତିକର ସମସ୍ୟା ସୃଷ୍ଟି ହୋଇଥିଲା । ଯାହା ବର୍ଣ୍ଣନା କରିବା ମୁସ୍କିଲ ହେବ । ପ୍ରକାଶ ଥାଉକି, ଯାତ୍ରୀମାନେ ଅଳ୍ପ ସମୟ ପାଇଁ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ଗାଡ଼ିର ରହଣୀ ଏଠାରେ ସୁବିଧା ରହିଛି । ହେଲେ ଷ୍ଟେସନ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ଵରେ ଅବହେଳା ଲାଗି ଟ୍ରେନ୍ ଯାତ୍ରୀମାନେ ଏଭଳି ପରିସ୍ଥିତିର ସାମ୍ନା କରିଥିଲେ । କାର୍ଯ୍ୟରତ ଥିବା କର୍ମଚାରୀ ପ୍ରଥମେ ଭୁଲ ସୂଚନା ଦେଇଥିଲେ । ପରେ ଉକ୍ତ ଟ୍ରେନ୍ ପ୍ଲାଟଫର୍ମରେ ଲାଗିବା ସମୟ ବେଳକୁ ଯାତ୍ରୀମାନେ ଯେଝା ସ୍ଥାନ ଅଧିକାର କରି ଛିଡ଼ା ହୋଇଥିବାବେଳେ ହଠାତ୍ ଷ୍ଟେସନ୍‌ କର୍ମଚାରୀ ଉକ୍ତ ଭୁଲ ସୂଚନାକୁ ପରିବର୍ତ୍ତନ କରିବା ପୂର୍ବକ ଡାକବାଜି ଯନ୍ତ୍ର ମାଧ୍ୟମରେ ପୁନଃ ଘୋଷଣା କରିଥିଲେ । ଫଳରେ ଟ୍ରେନ୍ ଯାତ୍ରୀମାନେ ବୃଦ୍ଧ ବୃଦ୍ଧା, ଶିଶୁ ଓ ବଡ଼ ଲୋକମାନେ ଦୌଡା ଦୌଡ଼ି କରି ପ୍ଲାଟ୍‌ଫର୍ମରେ ଅସ୍ତବ୍ୟସ୍ତ ହୋଇ ଦୌଡ଼ିବାକୁ ପଡ଼ି ଆହତ ହେଇଥିବା ଏକ ସଂଘୀନ ଅଭିଯୋଗ ହୋଇଛି । ଯାହା ଫଳରେ ଟ୍ରେନ୍‌ରେ ଚଢିବା ବେଳେ ଝୁଣ୍ଟି ପଡ଼ିବା, ପରସ୍ପର ସହ ଧକ୍କା ହେବା, ଠେଲା ଠେଲି ହେବା ଭଳି ଅପ୍ରୀତିକର ପରିସ୍ଥିତି ଘଟି ଅନେକ ସାମାନ୍ୟ ଆହତ ହୋଇଥିଲେ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଛତ୍ରପୁର ଷ୍ଟେସନ୍‌ରେ ଉକ୍ତ ଟ୍ରେନ୍‌ର ବଗିର ସ୍ଥିତି ସଂପର୍କରେ ଘୋଷଣା ହେବା ସହ ଡିସ୍‌-ପ୍ଲେ ବୋର୍ଡରେ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇଥିଲା । କିନ୍ତୁ ପୁଣି ରେଳ ଷ୍ଟେସନ୍‌ରେ ଗାଡ଼ି ପହଞ୍ଚିଲା ସମୟରେ ବଗିର ସ୍ଥିତିର ବଦଳାଯାଇ ସୂଚନା ଦିଆଯାଇଥିଲା । ଯଦ୍ୱାରା ସଂରକ୍ଷିତ ଟିକେଟ୍‌ ଧରି ଯାତ୍ରୀମାନେ ଜିନିଷ ପତ୍ର ଧରି ପ୍ଲାଟଫର୍ମରେ ଚଢିବା କଷ୍ଟ ସାଧ୍ୟ ହୋଇଥିଲା । ପ୍ରଚଣ୍ଡ ଖରାରେ ବଗି ଖୋଜିବାରେ, ବଗିରେ ଚଢିବାରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଇଥିଲେ, କିଛି ମହିଳା ଯାତ୍ରୀ ଟ୍ରେନ୍‌ ଛାଡିଲା ପରେ ମଧ୍ୟ ସମସ୍ତେ ବିପଦସଙ୍କୁଳ ଅବସ୍ଥାରେ ଚଢିବା ଦେଖାଯାଇଥିଲା । ଧାଆଁ-ଦୌଡ଼ ଯୋଗୁଁ ପ୍ଲାଟଫର୍ମ ତାଳେ ଅଧିକାଂଶ ଯାତ୍ରୀମାନଙ୍କ ଜୋତା ଗୁଡ଼ିକ ଛିନ୍-ଛତର ହୋଇ ପଡ଼ିରହିଥିବାର ଦୃଶ୍ୟ ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ଯାହାକି, ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ କହିବା ଅନୁଯାୟୀ ଏବଂ ଯାତ୍ରୀଙ୍କ ବନ୍ଧୁ ପଡ଼ୋଶୀ ଯେଉଁ ମାନେ କି ସହଯୋଗୀ ଛାଡ଼ିବାକୁ ଆସିଥିଲେ ସେମାନଙ୍କ ଠାରୁ ଏଭଳି ଗଭୀର ଉଦବେଗ ସମ୍ପନ୍ନ ଯନ୍ତ୍ରଣା ପ୍ରକାଶ କରିଥିଲେ । ଏଭଳି ତ୍ରୁଟି ସଂପର୍କରେ ଘୋଷଣାକାରୀଙ୍କୁ ପଚାରିବାରୁ ସିଷ୍ଟମ୍‌କୁ ଦେଖୀ ଘୋଷଣା କରିଥିଲେ ଏବଂ ପରେ ସେ ସଠିକ୍ ସୂଚନା ପ୍ରଦାନ କରିଥିଲେ ବୋଲି କହିଥିଲେ । ରେଳ ବିଭାଗର ଏଭଳି ଭୁଲ ସୂଚନା ପ୍ରଦାନ ଦ୍ଵାରା ଯାତ୍ରୀ ହନ୍ତସନ୍ତ ହେବା ସହ ମୃତ୍ୟୁ ମୁଖରେ ପଡ଼ିବା ସମ୍ଭାବନା ଅଧିକ, ତେଣୁ ରେଳ ବିଭାଗ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଏବଂ ଯଥେଷ୍ଟ ଗୁରୁତ୍ୱର ସହ ଧ୍ୟାନ ଦେବାକୁ ଜନସାଧାରଣଙ୍କ ତରଫରୁ ଦାବୀ ହୋଇଛି । ଏଭଳି ବହୁ ବାର ତ୍ରୁଟି ଘଟୁଥିବା ସମ୍ପର୍କରେ ମଧ୍ୟ ଅଭିଯୋଗ ହୋଇଛି । ଏଭଳି ତ୍ରୁଟି ସଂପର୍କରେ ଅନୁଧ୍ୟାନ କରି କେତେକ ଆଞ୍ଚଳିକ ବ୍ୟକ୍ତି ବିଶେଷ୍ୟ ଗଣ ଏପରି ବହୁ ବାର ତ୍ରୁଟି ଘଟୁଥିବା ଅଭିଯୋଗ କ୍ଷୋଭ ପ୍ରକାଶ କରିକହିଛନ୍ତି । ଏଦିଗରେ ବିଭାଗୀୟ ରେଳ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେଇ ଏହାର ବିହିତ ପଦକ୍ଷେପ ଗ୍ରହଣ କରି ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.