ଅତର୍କିତ ଗୁଳିମାଡ : ସ୍ୱାମୀଙ୍କ ଜୀବନ ଗଲା, ସ୍ତ୍ରୀ ଓ ପୁଅ ଗୁରତର, ଗ୍ରାମବାସୀଙ୍କ ହାତରେ ଧରାପଡିଲା ଦୁର୍ବୃତ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁର ଗାଁରେ ଗୁଳିକାଣ୍ଡ ଘଟି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତ ବ୍ୟକ୍ତି ଅବସରପ୍ରାପ୍ତ କେନ୍ଦ୍ରାପଡା ବ୍ଲକ କର୍ମଚାରୀ ଅରବିନ୍ଦ ମିଶ୍ର ବୋଲି ଜଣାପଡିଛି । ତାଙ୍କ ସ୍ତ୍ରୀ ମିନତୀ ମିଶ୍ର ଓ ପୁଅ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୩ଟା ବେଳେ ୩ ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ଅରବିନ୍ଦଙ୍କୁ ଘରୁ ଡାକିଥିଲେ । କେହି ଡାକୁଥିବାର ଶୁଣି ପଦାକୁ ଆସିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳଣା କରିଥିଲେ । ତେବେ ପାଟି ତୁଣ୍ଡ ଶୁଣି ଅରବିନ୍ଦଙ୍କ ସ୍ତ୍ରୀ ଓ ପୁଅ ପଦାକୁ ଆସିବାରୁ ସେମାନଙ୍କ ଉପରକୁ ମଧ୍ୟ ଦୁର୍ବୃତ୍ତମାନେ ଗୁଳି ବର୍ଷଣ କରିଥିଲେ । ଏଥିରେ ଅରବିନ୍ଦଙ୍କ ପେଟ, ଛାତି ଓ ତଳିପେଟରେ ୩ଟି ଗୁଳି ବାଜିଥିବା ଜଣାପଡିଛି । ଘଟଣା ସ୍ଥଳରେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଦୁବୃତ୍ତ ମାନେ ଗୁଳିମାଡ କରି ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରି ଥିବା ବେଳେ ଜଣେ ଫେରାର ହୋଇଯାଇଛି । ଧରା ପଡିଥିବା ୨ ଜଣ ଦୁର୍ବୁର୍ତ୍ତଙ୍କୁ ମହାକାଳପଡ଼ା ପୋଲିସ ନିଜ ହେପାଜତକୁ ନେଇଥିବା ଜଣାପଡିଛି । ତେବେ ଦୁବୃତ୍ତମାନେ କାହିିଁକି ଗୁଳିମାଡ କଲେ ତାହାର ସ୍ପଷ୍ଟ କାରଣ ଜଣାପଡିନାହିଁ ।

Leave A Reply

Your email address will not be published.