ଉତ୍ତର-ପଶ୍ଚିମାଞ୍ଚଳରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ ସେନେଇ ଗତକାଲି ଇଣ୍ଡିଆନ୍‌ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଏ ବର୍ଷ କିଛି ସ୍ଥାନରେ ତାପମାତ୍ରା ବଢିବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ସାଧାରଣ ତାପମାତ୍ରା ଅନୁଭୂତ ହେବ। ଜାମ୍ମୁ-କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ମଣିପୁରରେ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ରହିବ । ସେହିପରି ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡ଼ୁରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେବ ବୋଲି ପ୍ରକାଶିତ ଆଇଏମ୍‌ଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଦକ୍ଷିଣ-ମଧ୍ୟ ଏବଂ ଉତ୍ତର-ଦକ୍ଷିଣାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସର୍ବାଧିକ ରହିବ । ପୂର୍ବ ଏବଂ ଉତ୍ତର-ପୂର୍ବରେ ରାତିବେଳା ସର୍ବାଧିକ ତାପମାତ୍ରା ଅନୁଭୂତ ହେବାକୁ ଥିବା ବେଳେ ଉତ୍ତର-ଦକ୍ଷିଣ ଏବଂ ଦକ୍ଷିଣ ଭାରତରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେବ ବୋଲି କହିଛନ୍ତି ଆଇଏମ୍‌ଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

Leave A Reply

Your email address will not be published.