ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନନ୍ଦଗାଓଁ ଗୋଶାଳାରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ ) : ଗୋମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ନନ୍ଦଗାଓଁ ଗୋଶାଳାରେ ପୂର୍ବ ସୂଚନା ଓ ଘୋଷଣା ମୁତାବକ ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନିଆରା ଢଙ୍ଗରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ ହୋଇଛି । ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଗଣେଶ ବାଗାଡ଼ିଆ ଏବଂ ଉପାଧ୍ୟକ୍ଷା ମଞ୍ଜୁଦେବୀ ବାଗାଡ଼ିଆଙ୍କ ନେତୃତ୍ୱରେ ବିଭିନ୍ନ ବର୍ଗର ମହିଳାମାନେ ତୁଳସୀ ଅର୍ଚ୍ଚନ ଯଜ୍ଞ ମାଧ୍ୟମରେ ଶ୍ରୀକୃଷ୍ଣ ଏବଂ ରାଧାରାଣୀଙ୍କୁ ପୂଜାର୍ଚ୍ଚନା ସହିତ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପବିତ୍ର ତୁଳସୀ ଅର୍ପଣ କରିଛନ୍ତି । ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛ ଓ ତୁଳସୀ ପତ୍ରର ମହତ୍ୱ ସର୍ବାଧିକ । ଏହି ପବିତ୍ର ତୁଳସୀ ପତ୍ରକୁ ମନ୍ତ୍ର ସହିତ ପୂଜାର୍ଚ୍ଚନା ମାଧ୍ୟମରେ ଅର୍ପଣ କରାଯିବା ଏକ ସକାରାତ୍ମକ ଏବଂ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତେଣୁ ଶ୍ରୀ ଏବଂ ଶ୍ରୀମତୀ ବାଗାଡ଼ିଆଙ୍କ ଦ୍ୱାରା ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସହରବାସୀଙ୍କୁ ଗୋଶାଳା ସହିତ ଯୋଡ଼ାଯିବାର ପ୍ରୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ମହିଳାମାନଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.