om academy

ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

jsm

ଆଠମଲ୍ଲିକ : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ବୌଦ୍ଧ ଅଞ୍ଚଳରୁ ଆଠମଲ୍ଲିକ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୨ ବେପାରୀଙ୍କୁ ଗିରଫ କରିଛି ଆଠମଲ୍ଲିକ ପୋଲିସ । ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଲୋକନାଥ ମେହେର ଓ ଶମ୍ଭୁ ନାଏକ ।
ସୂଚନାନୁଯାୟୀ, ବୌଦ୍ଧ ଅଞ୍ଚଳରୁ ଆଠମଲ୍ଲିକ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅନୁଗୁଳ ସ୍ପେଶାଲ୍‌ ସ୍କ୍ୱାଡକୁ ସୂଚନା ମିଳିଥିଲା । ସ୍ପେଶାଲ ସ୍କ୍ୱାର୍ଡ୍ ନିର୍ଦ୍ଦେଶରେ ଆଠମଲ୍ଲିକ ଆଇଆଇସି ଅନ୍ୟ କର୍ମଚାରୀ ମାଣିକପଥର ନିକଟରେ ଛକି ବସିଥିଲେ । ଏହି ସମୟରେ ଲୋକନାଥ ମେହେର ଓ ଶମ୍ଭୁ ନାଏକ ଏକ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା । ସେମାନଙ୍କ ନିକଟରୁ ୪ କେଜି ୮୭୦ ଗ୍ରାମର ଗଞ୍ଜେଇ ୨ ବେପାରୀଙ୍କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.