om academy

ନକଲି ସାର୍ଟିଫିକେଟ୍‌ ଦେଇ କାମ କରୁଥିବା ନକଲି ଡ଼ାକ୍ତର ଗିରଫ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଡାକ୍ତରଖାନା ଏବେ ବିବାଦ ଘେରରେ । ଆଉଟ ସୋର୍ସିଙ୍ଗ ସଂସ୍ଥା ଯୋଗାଉଥିବା ବିଭିନ୍ନ ସେବାରେ ବ୍ୟାପକ ଦୁର୍ନୀତି ଉଜାଗର ପରେ ଏବେ ଆର୍‌ଜିଏଚ୍‌ରେ ଜଣେ ନକଲି ଡାକ୍ତର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପଦ୍ମନାଭନ ମୁଖୀ କାରୁଆ ନାମକ ଜଣେ ବ୍ୟକ୍ତି ଝାରଖଣ୍ଡର ଜଣେ ଡାକ୍ତର ରମେଶ କୁମାର ଝାଙ୍କ ନାମରେ ସାର୍ଟିଫିକେଟ ଦେଇ ସରକାରୀ ଡାକ୍ତରଖାନାରେ କାମ କରୁଥିଲେ । ଆର୍‌ଜିଏଚ୍‌ର ଡାଏଲିସିସ୍‌ ବିଭାଗରେ କାମ କରୁଥିଲେ ଏହି ନକଲି ଡାକ୍ତର । ଧରାପଡ଼ିବା ପରେ ନକଲି ଡାକ୍ତରଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ୨୦୧୯ ମସିହାରେ ପଦ୍ମନାଭନ ମୁଖୀ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନକଲି ସାର୍ଟିଫିକେଟ୍‌ରେ ଡାକ୍ତର ଭାବେ କାମ କରୁଥିଲେ । ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ତାଙ୍କର ପୋଷ୍ଟିଂ ହୋଇଥିଲା । ସେଠାରେ ଭୁଲ ଚିକିତ୍ସା ପରେ ଅଭିଯୋଗ ପାଇ ପୋଲିସ ତଦନ୍ତ କରିଥିଲେ । ତଦନ୍ତରେ ପଦ୍ମାନଭନ ନକଲି ଡାକ୍ତର ବୋଲି ଜାଣିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ୨୦୨୨ ମସିହାରେ ସୁନ୍ଦରଗଡ ଜେଏମ୍‌ଏଫ୍‌ସି ତାଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେଇଥିଲେ । ଜେଲରୁ ବାହାରି ସେ ୭ ମାସ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ କାମ କରୁଥିଲେ । ରାହି କେୟାର ସଂସ୍ଥା ପକ୍ଷରୁ ଆଉଟ ସୋର୍ସିଙ୍ଗ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ପଦ୍ମନାଭନ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲିସିସ୍‌ ବିଭାଗରେ କାମ କରୁଥିଲେ । ଝାଡ଼ଖଣ୍ଡର ଜଣେ ଡାକ୍ତରଙ୍କ ସାର୍ଟିଫିକେଟରେ ଦେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲିସିସ୍‌ ବିଭାଗରେ ଡାକ୍ତର ଭାବେ ଠିକାରେ ନିଯୁକ୍ତି ପାଇଥିଲେ । କିଛି ଦିନ ତଳେ ପଦ୍ମନାଭ ଏକ ଘରୋଇ କମ୍ପାନୀରୁ ୠଣ ନେବା ପାଇଁ ଆବେଦନ କରିଥିଲେ । ତେବେ ସେ ଦେଇଥିବା ଡକ୍ୟୁମେଣ୍ଟ ନକଲି ଜଣାପଡ଼ିବା ପରେ ଘରୋଇ କମ୍ପାନୀ ପୁଲିସକୁ ଜଣାଇଥିଲେ । ପୁଲିସ ପଦ୍ମନାଭନକୁ ଥାନାକୁ ଡାକି ପଚରାଉଚରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ପରେ ପଦ୍ମନାଭନ ବିଷୟରେ ରାଉରକେଲା ସରକାରୀ ହସ୍ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟକୁ ଜଣାଇଥିଲା ପୁଲିସ । ପୁଲିସ ନକଲି ଡାକ୍ତରଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.