ବିଜେପି ପକ୍ଷରୁ ସହରାଂଚଳ, ପଞ୍ଚାୟତ ଏବଂ ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା

  • ସହରାଂଚଳ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେ.ଭି.ସିଂହଦେଓ ଓ ସଂଯୋଜକ ଭାବେ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ
  • ପଂଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡ଼ାଙ୍କୁ ଦାୟିତ୍ୱ
  • ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଂଜିବ ମହାନ୍ତିଙ୍କୁ ଦାୟିତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜେପି ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ୩ଟି କମିଟି ଗଠନ କରାଯାଇଛି । ସହରାଂଚଳ, ପଂଚାୟତ ଏବଂ ସୀମା ସୁରକ୍ଷା ରାଜ୍ୟ କମିଟି ପାଇଁ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି ।

ସହରାଂଚଳ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି କେ.ଭି.ସିଂହଦେଓ ଓ ସଂଯୋଜକ ଭାବେ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡ଼ା, ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଂଜୀବ ମହାନ୍ତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.