oom

ମରୁଡି ଘୋଷଣା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଚଳିତ ବର୍ଷ ଅନାବୃଷ୍ଟି କାରଣରୁ ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହ ଏହି ଅଞ୍ଚଳରେ ବ୍ୟାପକ ଭାବେ ଚକଡ଼ା ପୋକ ଓ ରୋଗ ପ୍ରାଦୁର୍ଭାବରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାକୁ ନେଇ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ କୃଷକ ନେତା ଶିବପ୍ରସାଦ ପ୍ରଧାନୀଙ୍କ ଆହ୍ୱାନରେ ବ୍ଲକର ୨୨ଟି ପଞ୍ଚାୟତର ଶତାଧିକ ଚାଷୀ କୋକସରା ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି କୋକସରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ । କୋକସରା ବ୍ଲକକୁ ମରୁଡି ଘୋଷଣା ସହ ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.