ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ଜୟଶ୍ରୀ ଛକଠାରେ ଗତକାଲି ସନ୍ଧ୍ୟାରେ ଏକ ହାଇଡ୍ରୋକ୍ଲୋରିଂ ଏସିଡ଼ ଭତ୍ତି ଗ୍ୟାସ ଟାଙ୍କି ଗାଡିକୁ ଏକ ଟ୍ରକ ନଂ ଏନ୍ଏଲ୍ ୦୨ଏନ୍ ୪୮୪୩କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ହେଲ୍ପର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉକ୍ତ ଟ୍ରକର ଷ୍ଟେରିଂରେ ଡ୍ରାଇଭର ଚାପି ହୋଇରହିଥିଲା । ଖବର ପାଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଂଚି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପ୍ରାୟ ଅଧଘଣ୍ଟା ପରେ ଗୁରୁତର ଆହତ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା । ଗୁରୁତର ଡ୍ରାଇଭରଙ୍କୁ ୧୦୮ ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ଏସ୍ଡ଼ିପିଓ ଗୌତମ କିସାନ ଘଟଣା ସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଗ୍ରାସୀମ ଓ ସନ୍ଟେକ୍ କମ୍ପାନୀ ସେଫଟି ଅଫିସର ଆସି ଅନ୍ୟ ଏକ ଟ୍ୟାଙ୍କରେ ଲୋଡ଼ କରାଯାଇଥିଲା । ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି । ଦୀର୍ଘ ସମୟ ଧରି ଏସିଡ଼ ଧୂଆଁ ନିର୍ଗତ ହୋଇଥିଲା । ଏଥିସହିତ ଏସିଡ଼ ପଡ଼ିଥିବା ଅଞ୍ଚଳ ପୋଡ଼ିଯାଇଛି । ସ୍ଥାନୀୟ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରାୟ ଅଧଘାଣ୍ଟ ମଧ୍ୟରେ ପରିସ୍ଥିତି ଆୟତ୍ତ କରିଥିଲେ ।