ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ମୋହନ ଚରଣ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି, ସିଆର୍ସିସି ନରେନ୍ଦ୍ର ପୁରୋହିତ ମୁଖ୍ୟବକ୍ତା, ବରିଷ୍ଠ ନାଗରିକ ରଘୁମଣି ପଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏସ୍ଏମ୍ସି ଅଧ୍ୟକ୍ଷ ପ୍ରେମାନନ୍ଦ ଖେତି ଓ ଗଳ୍ପକଥାକାର ମୁରଲୀ ପଧାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଶିକ୍ଷକ ହାରାଧନ ରଣା ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଗପ କହିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା । ଛାତ୍ରଛାତ୍ରୀମାନେ ମୁଖା ବ୍ୟବହାର କରି ଅଭିନୟ ମାଧ୍ୟମରେ ବିଭିନ୍ନ ପ୍ରକାର ଗପ କହିଥିଲେ ଓ ଅତିଥିଙ୍କ ଠାରୁ ଗପ କହିବା ତଥା ଶୁଣିବାର ମହତ୍ତ୍ୱ ବିଷୟରେ ଜ୍ଞାନଲାଭ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ଧାତୁକିପାଲି ଗ୍ରାମବାସୀ ସହଯୋଗ କରିଥିଲେ ।