ୟୁଟ୍ୟୁବ୍‌ରୁ ବାସନ୍ଦ ହେଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି । ଟ୍ୱିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି । ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା ହୋଇଥିବାବେଳେ ଏବେ ଫେସବୁକ ଏବଂ ୟୁଟ୍ୟୁବ ବି ଟ୍ରମ୍ପଙ୍କ ବିଷୟବସ୍ତୁ ଉପରେ କାର୍ୟ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି । କିଛିଦିନ ତଳେ ଫେସବୁକ ସ୍ନାପଚାଟ୍‌ ଏବଂ ଟ୍ୱିଟର ପକ୍ଷରୁ ଟ୍ରମ୍ପଙ୍କ ଭିଡିଓ, ପୋଷ୍ଟ ସମେତ ଆକାଉଣ୍ଟକୁ ହଟାଇ ଦିଆଯାଇଥିଲା । ଏବେ ୟୁଟ୍ୟୁବ ଟ୍ରମ୍ପଙ୍କ ଦ୍ୱାରା ଅପଲୋଡ୍‌ ହୋଇଥିବା ନୂଆ ଭିଡିଓକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି । ୟୁଟ୍ୟୁବ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଟ୍ରମ୍ପ ଏକ ଭିଡିଓ ଅପଲୋଡ୍‌ କରିଥିଲେ, ଯାହା ଆମ ନୀତିର ଉଲ୍ଲଂଘନ କରୁଥିଲା । ତେଣୁ ତାଙ୍କ ଚ୍ୟାନେଲ ଉପରେ ଆପେ ଆପେ ପ୍ରତିବନ୍ଧକ ଲାଗିଛି । ପ୍ରଥମ ପ୍ରତିବନ୍ଧକ ଅତି କମରେ ୭ଦିନ ପର୍ୟ୍ୟନ୍ତ ରହିବ । ଆଗାମୀ ୭ ଦିନ ଯାଏ ଟ୍ରମ୍ପ ନିଜ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ କରିପାରିବେ ନାହିଁ । ଏହା ସହିତ ଟ୍ରମ୍ପଙ୍କ ଚ୍ୟାନେଲର କମେଣ୍ଟ ସେକ୍ସନକୁ ବି ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.