
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତ ଟ୍ରେଡ ୟୁନିଅନ୍ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ହରିବନ୍ଧୁ ଭବନଠାରେ ଶ୍ରମିକ ଶ୍ରେଣୀର ଲାଲ ପତକାକୁ ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ସଦାନନ୍ଦ ସାହୁ ଉତ୍ତୋଳନ କରିଥିଲେ । ରାଜ୍ୟ ଉପସଭାପତି ପ୍ରଦୋଷ କୁମାର ମହାନ୍ତି ଅତିଥି ଓ ସଦାନନ୍ଦ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ ମହାନ ଆନ୍ତର୍ଜାତିକ ଶ୍ରମିକ ଦିବସର ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ଦେବା ସହ ସମାଜର ବିକାଶ ପାଇଁ ଶ୍ରମିକ ଶ୍ରେଣୀର ଅବଦାନ ଅତୁଳନୀୟ ଅବଦାନ ବୋଲି କହିଥିଲେ । ବ୍ରିଟିଶ ଶାସନ କାଳରୁ ଲଢ଼େଇ କରି ଶ୍ରମିକ ଶ୍ରେଣୀ ହାସଲ କରିଥିବା ୪୪ଟି ଆଇନ୍କୁ ବର୍ତ୍ତମାନର ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ୪ଟି କୋର୍ଡରେ ପରିବର୍ତ୍ତନ କରି ମାଲିକ ସପକ୍ଷ ବାଦୀ ଆଇନ୍ ଆଣିଛନ୍ତି । ଯଦି ଏହି ଆଇନକୁ କାର୍ଯ୍ୟକାରୀ କରନ୍ତି ତେବେ ଶ୍ରମିକ ଶ୍ରେଣୀ ଶୋଷିତ ଓ ନିର୍ଜାତିତ ହେବେ ବୋଲି ବକ୍ତବ୍ୟ ଦେଇଥିଲେ । ଖଣି ଖାଦାନ କଳକାରଖାନା ଭରା ସୁନ୍ଦରଗଡ଼ ଜିଲ୍ଲାର ଶ୍ରମିକ ଶ୍ରେଣୀକୁ ଶୋଷଣ କରାଯାଉଛି । ଶ୍ରମ ଅଧିକାରୀମାନେ ଏ ଦିଗରେ ଧ୍ୟାନ ଦେବାକୁ ସେମାନେ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁବାଷ ପଟ୍ଟନାୟକ, ଦୁର୍ଗା ମଧବ ତନ୍ତୀ, ଶୁସାନ୍ତ ଲେଙ୍କା, ମହେଶ୍ୱର ଦୀପ, ପଞ୍ଜାନନ ସୁନା, ଦଲବୀର ସିଂ ପ୍ରମୂଖ ପରିଚାଳନା କରିଥିଲେ ।