
ବଲାଙ୍ଗିର, (କେପିଏନ୍ଏସ୍) : ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକାଏକା ଧାରଣା ଦେଇଥାନ୍ତି ଡ. ବିପିନ କୁଶଲିଆ । ଆଉ ଏବେ ସହରରେ ଜଳଛତ୍ର ଖୋଲାଯାଇ ନଥିବାରୁ ସେ ପୌର କାର୍ଯ୍ୟାଳୟ ଆଗରେ ଏକା ଏକା ଖରା ତାତିରେ ଧାରଣା ଦେଇଥିଲେ । ଭିଲେଜର୍ସ ଇଣ୍ଡିଆ ପାର୍ଟିର ବ୍ୟାନର ଲଗାଇ ଡ.କୁଶଲିଆ ଧାରଣା ଦେବା ସହ ଅଂଶୁଘାତର ମୁକାବିଲା ପାଇଁ ଜଳଛତ୍ର ଖୋଲାଯାଉ ବୋଲି ଦାବି କରିଛନ୍ତି ।