csstore

ନରେନ୍ଦ୍ରପୁରରେ ଖୋଲିଲା ଧାନମଣ୍ଡି

ଉଦ୍‌ଘାଟନ କଲେ ବିଧାୟକ ସୁବାସ ଚନ୍ଦ୍ର ବେହେରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ମୁଖ୍ୟାଳୟଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ନରେନ୍ଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ଖରିଫ୍ ଋତୁରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ବୁଧବାର ଦିନ ଧାନ ମଣ୍ଡିକୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଏ.ଏସ୍‌.ଏ.ଆର୍‌.ସି. ସୁକାନ୍ତ କୁମାର ପାଢ଼ୀ ସଂଯୋଜନା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ,
ସରପଞ୍ଚ ବାବୁଲା କୁମାର ବେହେରା, ଭିକାରୀପଲ୍ଲୀ ପଞ୍ଚାୟତ ସରପଞ୍ଚ ଧବଳେଶ୍ଵର ପ୍ରଧାନ, ସମିତି ସଭ୍ୟ ଭାଗିରଥି ପ୍ରଧାନ ଯୋଗାଣ ନିରୀକ୍ଷକ, ଜୟରାମ ଲେଙ୍କା ଉପସ୍ଥିତ ରହି ଛତ୍ରପୁର ବ୍ଲକରେ ମୋଟ ୫୭୯୩ ଜଣ ଚାଷୀଙ୍କର ଧାନମଣ୍ଡିକୁ ଦେବା ପାଇଁ ଚାଷୀ ପଞ୍ଜିକୃତ କରିଛନ୍ତି । ଚାଷୀ ପର୍ଶୁରାମ ଜେନା କହିଛନ୍ତି ଯେ, ସମ୍ପାଦକମାନେ ସରକାରୀ ଧାର୍ଯ୍ୟ କରିଥିବା, ଧାନ କୁଇଣ୍ଟାଲ ପ୍ରତି ୧୯ ଶହ ୪୦ ଟଙ୍କା ହୋଇଛି । ତେବେ ଯୋଗାଣ ନିରୀକ୍ଷକ ଜୟ ରାମ ଲେଙ୍କା କହିଛନ୍ତି । ଯେଉଁ ଚାଷୀମାନେ ବିଲକୁ ଗାଡ଼ି ଧରି ଆଣିଲେ ଧାନ ବସ୍ତା ପ୍ରତି ଦୁଇ କେଜି ଅଧିକ ନେବା ସହ ଚାଷୀମାନେ ଏଫ୍‌.କି.ୟୁ. ଧାନ ନେବାର ଆବଶ୍ୟକ ବୋଲି କହିଛନ୍ତି ଯୋଗାଣ ନିରୀକ୍ଷକ ଜୟ ରାମ ଲେଙ୍କା । ପ୍ରକୃତରେ ଚାଷୀମାନଙ୍କ ଧାନ ବସ୍ତା ପ୍ରତି ୭୫ କେଜି ନେବାର ନିୟମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଏସ୍‌.ଆର୍‌.ସି.ଏସ୍‌. ଜୀବନ ବନ୍ଧୁ ପଟ୍ଟନାୟକ, ଏ.ସି.ଏସ୍‌.ଓ. ପିତାମ୍ବର ସେଠୀ ସମ୍ପାଦକ କେ.ହୃଷିକେଶ ରେଡ୍ଡୀ ଚାଷୀ ଲକ୍ଷ୍ମଣ ପରିଡା ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.