ଦାୟିତ୍ୱ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ନବ ନିର୍ବାଚିତ ହୋଇଥିବା ମାଧୁରୀ ମାଝି ବିଧିବଦ୍ଧ ଭାବରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସିନାପାଲି ବିଡିଓ ସଦାଶିବ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଂଜନ ମେହେର, ଆଇନଜୀବୀ ବୈଶମ୍ପାୟନ ମେହେର, ପୂର୍ବତନ ସିନାପାଲି ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେର, ପୂର୍ବତନ ସିନାପାଲି ବ୍ଲକ ଉପାଧ୍ୟକ୍ଷ କିଶୋର ଚନ୍ଦ୍ର କୁମାର, ଜିଲ୍ଲା ଗୋଣ୍ତ ସମାଜ ସଭାପତି ପ୍ରଶନ୍ନ ମାଝି, ମହମ୍ମଦ ଅବତାବ, ସମିତି ସଭ୍ୟ, ବ୍ଲକର କର୍ମଚାରୀ ଉପସ୍ଥିତ ରହି ନୂତନ ବ୍ଲକ ଅଧ୍ୟକ୍ଷ୍ୟାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ । ଶ୍ରୀମତୀ ମାଝି ସିନାପାଲି ବ୍ଲକର ୨୭ଟି ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ସହ ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଜନସାଧାରଣଙ୍କ ଅସୁବିଧା ସୁବିଧାରେ ଛିଡ଼ା ହୋଇ ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ପ୍ରକାଶ କରିଛନ୍ତି । ପ୍ରଥମ ଦାୟିତ୍ୱ ଗ୍ରହଣ ପରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିବା ବେଳେ ଗୋଡାଲ ଗ୍ରାମ ଆଦିବାସୀ ଆଶ୍ରମ ଓ ମହଗାଁ ହାଇସ୍କୁଲ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.