om academy

ଦାଦନ ଖଟିବାକୁ ଯାଇ ୨ ଭାଇଙ୍କ ପ୍ରାଣହାନି

jsm

ରାୟଗଡା : ଦାଦନ ଖଟିବାକୁ ଯାଇ ୨ ଭାଇଙ୍କ ପ୍ରାଣହାନି ହୋଇଥିବା ଖବର ଆଜି ସାମ୍ନାକୁ ଆସିଛି । ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ୨ ଭାଇ ନିର୍ଯ୍ୟାତନାର ଶିକାର ହୋଇଥିଲେ । କୌଶଳ କ୍ରମେ ଖସି ଆସିଥିଲେ ମଧ୍ୟ ଘରେ ପହଞ୍ଚି ପାରିନଥିଲେ । ଟ୍ରେନରେ ଫେରି ରାୟଗଡା ପହଞ୍ଚିଲା ବେଳକୁ ଚାଲି ପାରୁ ନଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆର୍‌ପିଏଫ୍‌ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚି ପାରିନଥିଲା । ଗତକାଲି ଜଣେ ଭାଇର ମୃତ୍ୟୁ ହେଇଥିବା ବେଳେ ରାତିରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.