oom

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ୍ ୨୦୨୨ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିର ସିଆର୍‌ପିଏଫ୍‌ ସି/୧୮୯ ଏବଂ ଏଫ୍‌/୧୮୯ ବାଟାଲିୟନ ଦ୍ୱାରା ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭାବୀ ଲୋକଙ୍କୁ ରେଡିଓ ସେଟ୍, ସୌର ଲଣ୍ଠନ ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା । ଏହି ଅବସରରେ ୧୮୯ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ, ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଇନ୍ସପେକ୍ଟର ସଞ୍ଜୟ କୁମାର ତ୍ରିପାଠୀ, ସୌରଭ ଅଗ୍ରୱାଲ (ମେଡିକାଲ ଅଫିସର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜାମସେଥ), ନିର୍ମଳ ଗିରି (କସ୍ତୁରବା ମାତୃନିକେତନ ଅଧୀକ୍ଷକ), ପାଇକମାଲ ଏବଂ ବରତୁଣ୍ଡାର ସରପଞ୍ଚ, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ଦୂର ଗ୍ରାମ ତଥା ପାଇକମାଲ, ସାଲେପାଲି, ଗୁରିନ୍ଦା, ମିତାପାଲି, ହାରବନ୍ଧ ଏବଂ ବରତୁଣ୍ଡା, ବାଡିଭାଲ, ମରିୟାଡାପାଲି, ନୁଆଡିହି, ଭୁଖର ଇତ୍ୟାଦି ଗାଁର ଅଭାବୀ ଲୋକଙ୍କୁ ଉପରୋକ୍ତ ସାମଗ୍ରୀ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.