oom

ଗତ ୨୪ ଘଂଟାରେ ରାଜ୍ୟରେ ୨୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୨୦୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୯୫ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୭୫ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୭୬, ବରଗଡ଼ରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, କଟକରୁ ୩୧୯, ଦେବଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଂଜାମରୁ ୧୨, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୩୬, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୭, କେଉଁଝରରୁ ୫୬, ଖୋର୍ଦ୍ଧାରୁ ୪୪୬, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ମୟୁରଭଂଜରୁ ୮୧, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୫୯, ନୂଆପଡ଼ାରୁ ୭, ପୁରୀରୁ ୧୧୦, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୬, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୬୬ ଏବଂ ଷ୍ଟେଟପୁଲ୍‌ରୁ ୮୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୯୪୯୯୨୯ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨୩୨୦୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ୨୧୭୪୨ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ ରହିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.