csstore

ବଲାଙ୍ଗିର ଜିଲ୍ଲାରେ ଆଜି ୩୫ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ : ବେଲପଡ଼ା ଓ ବଙ୍ଗୋମୁଣ୍ଡା ବ୍ଲକ୍‌ରେ ୬ ଲେଖାଏଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୫ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୬, ୧୫, ୧୯ ଓ ୨୦ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଅଗଲପୁର ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଅର୍ସାତୁଲା ଗ୍ରା.ପ.ରୁ ୧, ଗନ୍ଧର୍ଲା ଗ୍ରା.ପ.ରୁ ୧, ଚୁଲିଫୁଙ୍କା ଗ୍ରା.ପ.ରୁ ୨, କୁଣ୍ଡାବୁଟୁଲା ଗ୍ରା.ପ.ରୁ ୧ ଓ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ସରମୁହାଣ ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୨ ଓ ମଣ୍ଡଲ ଗ୍ରା.ପ.ରୁ ୩, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ୧, ଖପ୍ରାଖୋଲ ବ୍ଲକ୍‌ ମାଲପଡ଼ା ଗ୍ରା.ପ.ରୁ ୪, ଲୁହାସିଂହା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ରେଙ୍ଗାଲି ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ୩, ପାଟଣାଗଡ଼ ବ୍ଲକ୍‌ ଫଟାମୁଣ୍ଡା ଗ୍ରା.ପ.ରୁ ୧, ସୁନାମୁଦି ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ୧, ପୁଇଁନ୍ତଲା ବ୍ଲକ୍‌ ମଳମୁଣ୍ଡା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨ ଓ ଟିଟିଲାଗଡ଼ ବ୍ଲକ୍‌ କତରକେଲା ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୭୭୨୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୩୨୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩୭୪ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।

jayashree
Leave A Reply

Your email address will not be published.