ରେଳ ସାମଗ୍ରୀ ଚୋରି ସମୟରେ ରେଳବାଇ ପୁଲିସ ହାତରେ ଧରାପଡିଲା ଚୋର

ସମ୍ବଲପୁର : ସମ୍ବଲପୁରଠାରେ ରେଳବାଇ ସାମଗ୍ରୀ ଚୋରି ସମୟରେ ଜଣେ ଚୋରକୁ ରେଳବାଇ ପୁଲିସ ଧରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ରେଳବାଇ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦଳ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନରୁ ଫାଟକ ଓ ସମ୍ବଲପୁର ସିଟି ରେଳ ଷ୍ଟେସନ ମଧ୍ୟରେ ପେଟ୍ରୋଲିଂ ସମୟରେ ସ୍ଥାନୀୟ ନିକଟରେ ଜଣେ ସନ୍ଦିଗ୍ଧ ମୋଟର ସାଇକେଲ ଆରୋହୀଙ୍କୁ ଧରିଥିବା ଜଣାପଡିଛି । ଫାଟକ ଓ ସମ୍ବଲପୁର ଷ୍ଟେସନ ମଧ୍ୟରେ ଥିବା ଭୂତଳ ପୋଲ ନିକଟରେ ଧରା ପଡିଥିବା ଉକ୍ତ ବ୍ୟକ୍ତିଙ୍କ ନିକଟରୁ ପୁଲିସର ଯାଞ୍ଚ ସମୟରେ ଏକ ଧଳା ବ୍ୟାଗରେ ୮ଟି ର୍ସ୍ପିଂ ୱେବ ସୁଇଚ ଜବତ ହୋଇଥିଲା । ଜବତ ହୋଇଥିବା ରେଳବାଇ ସାମଗ୍ରୀର ଆନୁମାନିକ ମୂଲ୍ୟ ୨୪ ଶହ ଟଙ୍କାରୁ ଊର୍ଦ୍ଧ୍ଵ ହୋଇଥିବା ବେଳେ ଗିରଫ ହୋଇଥିବା ଅଭିଯୁକ୍ତ ସ୍ଥାନୀୟ କ୍ଷେତରାଜପୁର ଥାନା ଅର୍ନ୍ତଗତ ପରଦେଶୀପଡା ନିବାସୀ ରାଧେଶ୍ୟାମ ପଟେଲ(୩୧) ଅଟନ୍ତି । ପୁଲିସ ତାଙ୍କ ନିକଟରୁ ଚୋରିରେ ବ୍ୟବହୃତ ମୋଟର ସାଇକେଲ ହିରୋ ସିଡି ଡିଲକ୍ସ (ଓଡି – ୩୧ – ଏଚ – ୧୬୧୫) ଗାଡିକୁ ମଧ୍ୟ ଜବତ କରିଛି । ପୁଲିସ ଚୋର, ଚୋରି ସାମଗ୍ରୀ ଏବଂ ମୋଟର ସାଇକେଲକୁ ଆଣି ରେଳବାଇ ଥାନାରେ ମାମଲା ସଂଖ୍ୟା ୬/୨୦୨୨ ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଅଦାଲତକୁ ରବିବାର ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.