oum

ଉଦ୍‌ଘାଟନ ହେଲା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ କୋଶଳ କଳା ମଣ୍ଡଲ ପଡିଆ ସ୍ଥିତ ଜିଲ୍ଲା ପାଠାଗାରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ ହୋଇଯାଇଛିଛି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏହି ରଥର ଶୁଭାରମ୍ଭ କରିଛନ୍ତି । ଲଲିତ କଳା ଏକାଡେମୀର ସେକ୍ରେଟାରୀ ପଞ୍ଚାନନ ସାମଲ, ଏବଂ ବିଶିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଉଦ୍‌ଘାଟନ ବେଳେ ଉପସ୍ଥିତ ଥିଲେ । ଓଡିଶା ଲଲିତ କଳା ଏକାଡେମୀ, ଭୁବନେଶ୍ଵର ଏବଂ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏହି ରଥ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହା ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ବୁର୍ଲ୍ଲା, ଝାରସୁଗୁଡା, ରାଉରକେଲା, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଜିଲ୍ଲାରେ ପ୍ରଦର୍ଶିତ ହେବ । ଆସନ୍ତା ୩ ତାରିଖ ଯାଏ ଏହି ଚିତ୍ରକଳା ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଓଡିଶା ଲଲିତ କଳା ଏକାଡେମୀ ଦ୍ଵାରା ମନୋନୀତ ରାଜ୍ୟର ୪୦ଟି ଚିତ୍ର ଏଠାରେ ସ୍ଥାନ ପାଇବ ।

Leave A Reply

Your email address will not be published.