oom

ନିୟନ୍ତ୍ରିତ ବଜାର ପରିସରରେ ଚାରା ରୋପଣ

jsmm

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଲଇଡାଠାରେ ଥିବା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣର ଖାଲି ପଡିଥିବା ସ୍ଥାନମାନଙ୍କରେ ଗ୍ରାମର ସଚେତନ ନାଗରିକମାନଙ୍କ ପକ୍ଷରୁ ଚାରା ରୋପଣ କରାଯାଇଛି । ଅଧ୍ୟାପକ ଶୋଷିତ ନାଏକ ଏବଂ କବିର ଶରଣ ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଇଡା ସେବା-ସମବାୟ ସମିତିର ସଭାପତି ସଲିଲ ନାଏକ, ପୂର୍ବତନ ସଭାପତି ସରୋଜ ପୂଜାରୀ, କୃଷକ ସଙ୍ଗଠନର ସମ୍ପାଦକ ରାଜେଶ ପୃଷ୍ଟି, ସିପିଆଇ ନେତା ଏନ୍‌.ଗୋପାଳ, ଅରୁଣ ଖୁଣ୍ଟିଆ, ସର୍ବାନନ୍ଦ ସରାଫ, ତପନ ବେହେରା, ଅକାଶରାଜ୍‌ ପଟେଲ, ରାଜେଶ ସାହୁ, ସେବା ସମବାୟ ସମିତିର ସମ୍ପାଦକ ଗଜିନ୍ଦ୍ର ରଣା, ସହ ସମ୍ପାଦକ ଜୀବନାନନ୍ଦ ସାହୁ, ହରେକୃଷ୍ଣ ପଟେଲ, ଦିଲ୍ଲୀପ ବେହେରା, ଭୀମ ସାହୁ, ରାଜେଶ ସାହୁ, ସୀତାରାମ ଖର୍ସେଲ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ । ଅଞ୍ଚଳର ପରିବେଶ ସୁରକ୍ଷା ନିମନ୍ତେ ଅଗାମୀ ଦିନରେ ଚାରା ରୋପଣ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଚେତନ ନାଗରିକମାନଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.