ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଯୁବ ରେଡକ୍ରସ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗ ଦେଇ ପରିବେଶ ପ୍ରଦୂଷଣ ପାଇଁ ଚିନ୍ତାବ୍ୟକ୍ତ କରି ସମସ୍ତେ ମିଳିମିଶି ‘ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା’ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପଦ୍ମପୁର ଏ.ବି.ଡି.ଓ ଶ୍ରୀମତୀ ପ୍ରିୟଦର୍ଶିନୀ ବରାଳ ଗଛର ଉପକାରିତାକୁ ନେଇ ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ରାଜନୀତି ବିଜ୍ଞାନର ପ୍ରଧ୍ୟାପିକା ଶ୍ରୀମତୀ ସସ୍ମିତା ସାହୁ “ପଞ୍ଚ ବଟ ଓ ନାରୀ ସମାଜର ସମ୍ପର୍କ” ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଦିବ୍ୟକିଶୋର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ମମତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ରେଡକ୍ରସ ଉପଦେଷ୍ଟା ଅଧ୍ୟାପିକା ପାୟଲ ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅଁଳା, ପିଜୁଳି ଚାରା ଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିଲା ।