ls

ଅବକାରୀ ବିଭାଗ ପକ୍ଷରୁ ଚଢାଉ ୭୦ ଲିଟର ଚୋରା ମହୁଲି ମଦ ଜବତ : ୩ ଜଣ ଗିରଫ

sb

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୭୦ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଚଢାଉ ସମୟରେ ଜଡିଚାତର ଗ୍ରାମର ସୁରେଶ ମୁଣ୍ଡାଙ୍କ ଠାରୁ ୨୦ ଲିଟର, ଖିରେଇଟାଙ୍ଗିରୀ ଗ୍ରାମର ବିଦ୍ୟାଧର ନାଏକଙ୍କଠାରୁ ୨୫ ଲିଟର ଓ ଗୋଡିପୋଖରୀ ଗ୍ରାମର ଦୁଷ୍ମନ୍ତ ମହାନ୍ତଙ୍କ ଠାରୁ ୨୫ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି । ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି ।

pc pk
Leave A Reply

Your email address will not be published.