centurian jitm

ନକଲି ପାଉଚ ମଦ କାରଖାନାରେ ଚଢଉ, ଜଣେ ଗିରଫ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ପାଉଚ କାରଖାନକୁ ଠାବ କରି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୂବର୍ଣ୍ଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ରଶ୍ମିତା ଲାକ୍ରା, ପଦ୍ମପୁର ଅବକାରୀ ଥାନା ଅଧିକାରୀ ଏଚ୍‌ ଜଗାରାଓ, ସୋହେଲା ଅବକାରୀ ଥାନା ଅଧିକାରୀ ଅଶୋକ ପଟେଲ, ପାଇକମାଲ ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର, ଜିଲ୍ଲା ଭ୍ରାମ୍ୟମାନ ଅବକାରୀ ସବ ଇନ୍ସପେକ୍ଟର ଲକ୍ଷ୍ମୀଧର ମାଝୀ ଓ ଟିମ୍‌ ଗାଇସିଲେଟ ଥାନା ରାଇସଲପଦର ନଦୀ କୂଳରେ ଥିବା ଏକ ନକଲି ପାଉଜ ମଦ କାରଖାନାକୁ ଠାବ କରିଥିଲେ । ସେଠାରେ ଥିବା ଅଭିଯୁକ୍ତ ପ୍ରସନ୍ନ ସାହୁଙ୍କୁ କାବୁ କରିଥିଲେ । ତା’ପାଖରୁ ୨୪୨ ଲିଟର ଦେଶୀ ମଦ, ୩୪୦ ଲିଟର ମହୁଲ ପୋଚ, ତିନୋଟି ସିଲ୍ଡିଂ ମେସିନ, ୧୦ଟି ନକଲି ପାଉଚ, ଗୋଟିଏ ମୋବାଇଲ ଜବତ କରାଯାଇଛି ।

Leave A Reply

Your email address will not be published.