ପିପଲପଡା ସ୍କୁଲରେ ବୃକ୍ଷ ରୋପଣ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଗୌଡଗୋଠ ପିପଲପଡା ସ୍କୁଲର ଶିକ୍ଷକ କୁନ୍ଦୁରୁ ରଣାଙ୍କ ତତ୍ତ୍ୱାବଧାନରେ ଏକକ ବିଦ୍ୟାଳୟ ଅଭିଯାନ ମାଧ୍ୟମରେ ବୃକ୍ଷରୋପଣ କରାଯାଇଛି । ପିପଲପଡା ଗ୍ରାମ ପ୍ରମୁଖ ହର ରଣା, ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଜିଲ୍ଲା ଅଭିଯାନ ପ୍ରମୁଖ ବିଷ୍ଣୁ ଷାଣ୍ଢ, ଦେଓଗାଁ ବ୍ଲକ ପ୍ରମୁଖ ଦେବାଧି ରଣା ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.