ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କୁଶଙ୍ଗ +୨ କଲେଜ ପରିସରରେ ୮୪ ଘର ଅଘରିଆ ସମାଜ ଜିଲ୍ଲା ଟ୍ରଷ୍ଟ ଆନୁକୂଲ୍ୟରେ କୁଶଙ୍ଗ ମଣ୍ଡଳ ଅଧିନସ୍ଥ ବିର୍କେଲ, କୁଶଙ୍ଗ, ଡୁଡୁକା ଓ ରୋଥ ଗୁଡିର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟ୍ରଷ୍ଟ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାକୁ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଉଦ୍ଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥିଭାବେ ଭୀମଭୋଇ ସରକାରୀ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ସାହୁ, ଅଖିଳ ଭାରତୀୟ ଅଘରିଆ ସମାଜ ଓଡିଶା ପ୍ରଦେଶ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, +୨ କଲେଜ ଅଧ୍ୟକ୍ଷ ପରମେଶ୍ୱର ସିଂ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ଅତିଥି ପରିଚୟ ଓ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ । ଜଗତର ନାଥ ଜଗନ୍ନାଥ ଓ ମାଆ କୁସଙ୍ଗେଇ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ଶ୍ରୀଫଳ ଭାଙ୍ଗି ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ ପରେ ଶିବିର ଉଦ୍ଘାଟନ କରାଯାଇଥିଲା । ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଗାନ କରିଥିଲେ + ୨ କଲେଜର ଛାତ୍ରଛାତ୍ରୀ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ସମାଜର ସେବାକାର୍ଯ୍ୟକୁ ପ୍ରଶଂସା କରି କାର୍ଯ୍ୟକୁ ବଲବତ୍ତର ରଖିବାକୁ ଆହ୍ୱାନ ଦେଇଥିଲେ । ଶିବିରରେ ୧୫୩ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ କୁଶଙ୍ଗ ଗୁଡ଼ି ସଭାପତି କରୁଣାକର ପଟେଲ, ବିର୍କେଲ ଗୁଡ଼ି ସଭାପତି ହରିବୋଲ ପଟେଲ, ରୋତ ଗୁଡ଼ି ସଭାପତି କିଶୋର ପଟେଲ, ଡୁଡୁକା ଗୁଡ଼ି ସଭାପତି କୁଞ୍ଜବିହାରୀ ପଟେଲ, ଉପଦେଷ୍ଟା ଦ୍ୱାରିକା ନାଥ ପଟେଲ, ରାଜକୁମାର ପଟେଲ, ନରେନ୍ଦ୍ର ପଟେଲ, ଚିତ୍ତରଞ୍ଜନ ପଟେଲ ଓ ମଣ୍ଡଳୀ କେନ୍ଦ୍ର କର୍ମକର୍ତ୍ତା ସୁରଥ ନାଏକ, ସନ୍ତୋଷ ରାଉତ, ଭକ୍ତ ଚରଣ ନାଏକ, ମଣ୍ଡଳ ସଭାପତି ଗୋବିନ୍ଦ ଚନ୍ଦ୍ର ପଟେଲ, ରାଜକିଶୋର ନାଏକ ସମେତ କର୍ମକର୍ତ୍ତା,୧୮ ଗୁଡ଼ି ସଭାପତି ଓ କର୍ମକର୍ତ୍ତା ସମେତ ମନୋରଞ୍ଜନ ସାଏ, ମହେନ୍ଦ୍ର ପଟେଲ, ମଦନ ମୋହନ ନାଏକ, ପୁସ୍ତକ କମିଟି, ଶିକ୍ଷା କମିଟି, ନିର୍ମାଣ କମିଟି, ଯୁବା ମଞ୍ଚ, ମହିଳା ମଞ୍ଚ ଓ କୃଷକ ମଞ୍ଚ କର୍ମକର୍ତ୍ତା ସମେତ ସହ ସମ୍ପାଦକ ଆନନ୍ଦ କୁମାର ପଟେଲ, ଜ୍ୟୋତି ରଞ୍ଜନ ପଟେଲ, ରାଜ କିଶୋର ପଟେଲ, ବିବେକାନନ୍ଦ ପଟେଲ, ପ୍ରମୋଦକୁମାର ପଟେଲ, ମନୋଜ କୁମାର ନାଏକ, ଗୋଲକ ନାଏକ, ଅରିଜିତ ନାଏକ ଅମରଜିତ ପଟେଲ, ସତ୍ୟ ପଟେଲ, ସୁବ୍ରତ ନାଏକ, ରାମ ନାଏକ ଓ ଅନେକ ଯୁବ କର୍ମକର୍ତ୍ତା ଓ କୁଶଙ୍ଗ ଗ୍ରାମ୍ୟ କମିଟି ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତସଂଗ୍ରହରେ ସହଯୋଗ କରିଥିଲେ ସରକାରୀ ଡାକ୍ତରଖାନା ରକ୍ତଭଣ୍ଡାରର ଡାକ୍ତର ସୁମିତ କୁମାର ମୁଣ୍ଡ, ସହ କର୍ମଚାରୀ ଗଙ୍ଗାଧର ପଧାନ, ନମିତା ମେହେର, ବେଞ୍ଜାମୀନ ଦୀପ, ସ୍ଵାଗତିକା ରାଉଳ, ଦେବାଶିଷ ମିଶ୍ର, ଚନ୍ଦ୍ର ପ୍ରକାଶ ନାଗ, କେଶବ ଷାଣ୍ଢ ଓ ଦେବେନ୍ଦ୍ର ନନ୍ଦ । ଶେଷରେ କୁଶଙ୍ଗ ମଣ୍ଡଳ ସଭାପତି ଦୁଷ୍ମନ୍ତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।